ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ର ମେଗା ନିଲାମୀ ପୂର୍ବରୁ ସମସ୍ତ ୧୦ ଫ୍ରାଞ୍ଚାଇଜ ରିଟେନ କରିଥିବା ଖେଳାଳିଙ୍କ ତାଲିକା ଜାରି କରିଛନ୍ତି । ବିସିସିଆଇକୁ ଏହି ତାଲିକା ପ୍ରଦାନ କରିବାର ଅକ୍ଟୋବର ୩୧ ଶେଷ ତାରିଖ ଥିଲା । ନୂଆ ନିୟମ ଅନୁଯାୟୀ, ଦଳଗୁଡିକୁ ସର୍ବାଧିକ ୬ ଖେଳାଳି ରିଟେନ କରି ପାରିବେ । ଆସନ୍ତୁ ନଜର ପକାଇବା କେଉଁ ଟିମ କେଉଁ ଖେଳାଳିଙ୍କୁ ନିଜ ଦଳରେ ରଖିଛନ୍ତି ।
ସମସ୍ତ ଟିମ୍ ଦ୍ୱାରା ମୋଟ ୪୬ ଖେଳାଳିଙ୍କୁ ରିଟେନ୍ କରାଯାଇଛି । ପଞ୍ଜାବ କିଙ୍ଗ୍ସ ସବୁଠୁ କମ୍ ୨ ଜଣ ଖେଳାଳିଙ୍କୁ ରିଟେନ୍ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ସବୁଠୁ ଅଧିକ ୬-୬ ଖେଳାଳିଙ୍କୁ ରିଟେନ୍ କରିଛନ୍ତି । ହେନରିକ୍ କ୍ଲାସେନ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୩ କୋଟି ଟଙ୍କାରେ ରିଟେନ୍ କରିଛି ।
ଚଳିତ ରିଟେନସନର ସବୁଠାରୁ ବଡ଼ କଥା ହେଉଛି ଅଧିନାୟକ ଋଷଭ ପନ୍ତ, ଶ୍ରେୟସ ଆୟର, ଫାଫ ଡୁ ପ୍ଲେସିସଙ୍କୁ ଟିମ୍ ରିଟେନ କରି ନାହିଁ । ଅନ୍ୟପଟେ ଏମ୍ଏସ୍ ଧୋନି ଆଗାମୀ ସିଜିନରେ ନଜର ଆସିବେ । ଅନକ୍ୟାପଡ୍ ଖେଳାଳି ଭାବେ ଟିମ୍ ତାଙ୍କୁ ରିଟେନ୍ କରିଛି ।
ମୁମ୍ୱାଇ ଇଣ୍ଡିଆନ୍ସ
ଯଶପ୍ରୀତ ବୁମରା(୧୮ କୋଟି)
ସୂର୍ୟ୍ୟ କୁମାର ଯାଦବ (୧୬.୩୫ କୋଟି)
ହାର୍ଦ୍ଦିକ ପାଣ୍ଡ୍ୟା (୧୬.୩୫ କୋଟି)
ରୋହିତ ଶର୍ମା (୧୬.୩୦)
ତିଲକ ବର୍ମା (୮ କୋଟି)
ଚେନ୍ନାଇ ସୁପର କିଙ୍ଗ୍ସ
ଋତୁରାଜ ଗାଏକ୍ୱାଡ (୧୮ କୋଟି)
ମଥିସା ପାଥିରାନା (୧୩ କୋଟି)
ଶିବମ ଦୁବେ (୧୨ କୋଟି)
ରବୀନ୍ଦ୍ର ଜାଡେଜା (୧୮ କୋଟି)
ଏମଏସ ଧୋନି (୪ କୋଟି)
ରାଜସ୍ଥାନ ରୟାଲ୍ସ
ସଞ୍ଜୁ ସାମସନ (୧୮ କୋଟି)
ଯଶସ୍ୱୀ ଜୈସ୍ୱାଲ (୧୮ କୋଟି)
ରିୟାନ ପାରାଗ (୧୪ କୋଟି)
ଧ୍ରୁବ ଜୁରେଲ (୧୪ କୋଟି)
ଓିମରନ ହେଟମାୟର (୧୧ କୋଟି)
ସନ୍ଦୀପ ଶର୍ମା (୪ କୋଟି)
ଆରସିବି
ବିରାଟ କୋହଲି (୨୧ କୋଟି)
ରଜତ ପାଟିଦାର (୧୧ କୋଟି)
ୟଶ ଦୟାଲ (୫ କୋଟି)
ପଂଜାବ କିଙ୍ଗସ୍
ଶଙ୍କର ସିଂ (୫.୫୦ କୋଟି)
ପ୍ରଭସୀମରନ୍ ସିଂ (୪ କୋଟି)
ଦିଲ୍ଲୀ କ୍ୟାପିଟାଲ୍ସ
ଅକ୍ଷର ପଟେଲ (୧୬.୫ କୋଟି)
କୁଲଦୀପ ଯାଦବ (୧୩.୨୫ କୋଟି)
ଟ୍ରିଷ୍ଟନ ଷ୍ଟବ୍ସ (୧୦ କୋଟି)
ଅଭିଷେକ ପୋରେଲ (୪ କୋଟି)
ଲକ୍ଷ୍ନୌ ସୁପର ଜଏଣ୍ଟସ୍
ନିକୋଲାସ୍ ପୁରନ୍ (୨୧ କୋଟି)
ରବି ବିଷ୍ଣୋଇ (୧୧ କୋଟି)
ମୟଙ୍କ ଯାଦବ (୧୧ କୋଟି)
ଆୟୁଷ ବଦୋନି (୪ କୋଟି)
ମୋହସିନ୍ ଖାନ୍ (୪ କୋଟି)
କୋଲକାତା ନାଇଟ୍ ରାଇଡର୍ସ
ସୁନୀଲ ନାରିନ (୧୨ କୋଟି)
ରିଙ୍କୁ ସିଂ (୧୩ କୋଟି)
ଆନ୍ଦ୍ରେ ରସେଲ (୧୨ କୋଟି)
ବରୁଣ ଚକ୍ରବର୍ତ୍ତୀ (୧୨ କୋଟି)
ରମଣଦୀପ ସିଂ (୪ କୋଟି)
ହର୍ଷିତ ରାଣା (୪ କୋଟି)
ସନରାଇଜର୍ସ ହାଇଦ୍ରାବାଦ
ହେନରିକ୍ କ୍ଲାସେନ୍ (୨୩ କୋଟି)
ପ୍ୟାଟ୍ କମିନ୍ସ (୧୮ କୋଟି)
ଅଭିଷେକ ଶର୍ମା (୧୪ କୋଟି)
ନୀତୀଶ ରେଡ୍ଡୀ (୬ କୋଟି)
ଟ୍ରେଭିସ୍ ହେଡ୍ (୧୪ କୋଟି)
ଗୁଜରାଟ ଟାଇଟନ୍ସ
ଶୁଭମନ ଗିଲ (୧୬.୫ କୋଟି)
ରଶିଦ ଖାନ (୧୮ କୋଟି)
ସାଇ ସୁଦର୍ଶନ (୮.୫ କୋଟି)
ରାହୁଲ ତେୱାତିଆ (୪ କୋଟି)
ଶାହାରୁଖ ଖାନ (୪ କୋଟି)