ତିନି ମହଲା ହୋଟେଲରେ ଲାଗିଲା ନିଆଁ । ହୋଟେଲରେ ଅଗ୍ନିକାଣ୍ଡ ଯୋଗୁ ଚାଲିଗଲା ୧୦ ଜଣଙ୍କ ଜୀବନ । ଏଥିସହ ୧୧ ଜଣ ଆହତ ହୋଇଯାଇଛନ୍ତି । ତିନି ମହଲା ବିଶିଷ୍ଟ ବିଲିଡିଂରେ ଲାଗିଲା ନିଆଁ । ଘଟଣା ସ୍ଥଳରେ ଅଗ୍ନିଶମ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନିଆଁ ଲାଗିବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ଏଭଳି ଘଟଣା ସାମ୍ନାକୁ ଆସିଛି ଦକ୍ଷିଣ ବ୍ରାଜିଲରୁ ।
ସୂଚନା ଅନୁଯାୟୀ,ଦକ୍ଷିଣ ବ୍ରାଜିଲର ପୋର୍ଟେ ଏଲେଟ୍ରୋ ସହରରେ ଥିବା ଏକ ଛୋଟ ହୋଟେଲରେ ଶୁକ୍ରବାର କୌଣସି କାରଣ ବଶତଃ ଭୟଙ୍କର ଅଗ୍ନିକାଣ୍ଡ ହୋଇଥିଲା । ହୋଟେଲରେ ଥିବା ଲୋକମାନେ ଭୟରେ ବାହାରକୁ ଆସିବା ପାଇଁ ଚେଷ୍ଟା କରିଥିଲେ । ସେହିସମୟରେ କିଛି ଲୋକ ଜୀବନ ବଞ୍ଚାଇ ବାହାରକୁ ପଳାଇ ଆସିଥିଲେ । ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀଙ୍କୁ ଖବର ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କିନ୍ତୁ ଦୁର୍ଭାଗ୍ୟ ବଶତଃ ଇହି ଅଗ୍ନିକାଣ୍ଡରେ ୧୦ ଜଣ ମୃତ୍ୟୁ ବରଣ କରିଛନ୍ତି । ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା କରାଯାଉଛି ।