ବନ୍ୟାରେ ଜଳରେ ବୁଡ଼ିଲା ସମ୍ପୂର୍ଣ ଚୀନ ସହର। ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଏପ୍ରିଲ ୧୬ ତାରିଖରୁ ଚୀନରେ ପ୍ରବଳ ବର୍ଷା ସହିତ ଝଡ଼ ତୋଫାନ ଲାଗି ରହିଛି। ଦକ୍ଷିଣ ଚୀନ୍ର ଅନେକ ସହର ସମେତ ୪୪ରୁ ଉର୍ଦ୍ଧ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ବହୁଛି। ଯାହାଫଳରେ ଚୀନ୍ରେ ବଡ଼ଧରଣର ବନ୍ୟା ସୃଷ୍ଟି ହୋଇଛି।
ସୂଚନା ମୁତାବକ, ବନ୍ୟା ପାଣିରେ ଜଳମଗ୍ନ ହେଲା ଚୀନର ଅଧିକାଂଶ ସହର। ପ୍ରବଳ ବର୍ଷା ଯୋଗୁ ଚୀନ ସହରବାସୀଙ୍କୁ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ତେବେ ଜଳର ପରିମାଣ ଏତେ ଅଧିକା ହୋଇପଡିଛି ଯେ ସମ୍ପୂର୍ଣ ସହର ଏବେ ଜଳ ଘେରାଉରେ। ଏପରିକି ଏହି ତଣ୍ଡବରେ୪ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ତେଣୁ ରେସକ୍ୟୁ ଟିମ୍ ତୁରନ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରୟାସ ଜାରି ରଖିଛି। ଏହାସହିତ ଅନେକ ଲୋକଙ୍କୁ ସୁରକ୍ଷିତ ଉଧର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ଏପରିକି ନିଖୋଜ ବ୍ୟକ୍ତିଙ୍କୁ ମଧ୍ୟ ଖୋଜିବା ପାଇଁ ପ୍ରୟାସ ଜାରି ରଖିଛି ରେସକ୍ୟୁ ଟିମ୍।