ବ୍ରାଉନ୍ସୁଗାର ଡିଲ ବେଳେ ମାଡିବସିଲା ପୋଲିସ । ଦିନକୁ ଦିନ ବଢିଚାଲିଛି ଧଳା ଜହର ବ୍ୟବସାୟୀଙ୍କ ଚୋରା ବ୍ୟବସାୟ । ପୋଲିସ ଆଖିରେ ଆଙ୍ଗୁଠି ରଖି ଧଳା ଜହର ଚାଲାଣ କରୁଛନ୍ତି ବ୍ୟବସାୟୀମାନେ ।ଚୋରାଘର ସବୁଦିନ ଅନ୍ଧାର ନଥିଲା ଭଳି ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲାରୁ।
ସୂଚନା ଅନୂଯାୟୀ,ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ଆମ୍ବଳି ଅଠା ଛକ ନିକଟରେ ରବିବାର ସକାଳେ ବ୍ରାଉନସୁଗର ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ପୋଲିସ ଖବର ପାଇଥିଲା । ଏହାପରେ ଜଳେଶ୍ବର ପୋଲିସର ଏକ ସ୍ବତନ୍ତ୍ର ଟିମ ୬୦ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବାଇପାସ ନିକଟରେ ଚଢଉ କରିଥିଲା । ଚଢ଼ାଉ ସମୟରେ ବ୍ରାଉନସୁଗର ବିକ୍ରି ଡିଲ୍ କରାଯାଉଥିଲା । ତେବେ ପୋଲିସ ଚଢଉ କରି ବ୍ରାଉନସୁଗର ସମେତ ଜଣେ ବେପାରୀକୁ ଗିରଫ କରିଛି । ଏଥିସହ ସେମାନଙ୍କ ଠାରୁ ୨୬୪ ଗ୍ରାମର ବ୍ରାଉନସୁଗର, ନଗଦ ୧୪୦୦ ଟଙ୍କା, ଗୋଟିଏ ମୋବଇଲ ଏବଂ ଗୋଟିଏ ବାଇକ ଜବତ କରିଛି ପୋଲିସ ।