ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନେଇ ସାମ୍ବାଦିକ ସମ୍ମିଳନୀ । ରାଜ୍ୟସରକାରଙ୍କୁ ଜବାବ ମାଗିଲା ବିଜେପି । ପଶ୍ଚିମ ଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ନେଇ ରାଜ୍ୟ ସରକାରଙ୍କୁ ବିଜେପି ଜବାବ ମାଗିଲା। ଏଥିସହ ୨୪ ବର୍ଷରେ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ରିପୋର୍ଟବି ରାଜ୍ୟ ସରକାର କେନ୍ଦ୍ରକୁ ଦେଇନଥିବା ନେଇ ବରିଷ୍ଠ ବିଜେପି ନେତା ଡକ୍ଟର ପ୍ରମୋଦ ରଥ ସମ୍ବଲପୁର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
ଏପରିକି ବାରମ୍ବାର କେନ୍ଦ୍ର ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରକୁ ପତ୍ର ଲେଖାଯାଇ ଅନୁରୋଧ କରାଗଲା ପରେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କୌଣସି ପୂର୍ଣ୍ଣାଙ୍ଗ ପ୍ରସ୍ତାବ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇନାହିଁ । ଏଥିରୁ ରାଜ୍ୟ ସରକାରଙ୍କର ଏ ଦିଗରେ ଆନ୍ତରିକତା କେତେ ତାହା ସ୍ପଷ୍ଟ ପ୍ରମାଣିତ ହୋଇ ସାରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି। ସାମ୍ବାଦିକ ସମ୍ମିଳନୀ ରେ ବିଜେପି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ସଞ୍ଜୟ କୁମାର ଷଡ଼ଙ୍ଗୀ ମଧ୍ୟ ଉପସ୍ଥିତ ଥିଲେ ।
ଅଧିକ ପଢନ୍ତୁ :କଫ୍ ସିରଫ୍ ସହିତ ୪ ଜଣ ଗିରଫ୍ କଲା ବଲାଙ୍ଗିର ପୋଲିସ