ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବିଜେପି କାର୍ଯ୍ୟାଳୟ ପରିସରରେ ଦଳର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ଯୋଗଦେଇ ଓଡ଼ିଶାରେ ବିଜେପି କିଭଳି ଡବଲ ଇଞ୍ଜିନ ସରକାର ଗଢିବ ସେ ନେଇ ନେତା ଓ କର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ । ତାଙ୍କ ଉପସ୍ଥିତିରେ ୩୦ ରୁ ଅଧିକ ବିଜେଡି କର୍ମୀ ଦଳ ଛାଡି ବିଜେପିରେ ଯୋଗଦେଇଥିଲେ ।
ସେହିପରି ମୋହନା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ରାୟଗଡ ଠାରେ ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଏବଂ ମୋହନା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମଲ୍ଲିକଙ୍କ ନେତୃତ୍ୱରେ ମହାମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମୋହନା ନିର୍ବାଚନ ମଣ୍ଡଳୀର ଅନେକ ଦଳୀୟ କର୍ମୀ ଯୋଗଦେଇଥିଲେ । ଅନେକ ଯୁବକ ବିଜେଡି ଛାଡି ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେପିରେ ଯୋଗ ଦେଇଥିଲେ ।