ବରଫ ଝରଣାରେ ଫସି ଚାଲିଗଲା ଭାରତୀୟ ଡାକ୍ତରୀ ଛାତ୍ରଙ୍କ ଜୀବନ । ବିଦେଶରେ ପୁଣି ପ୍ରାଣ ହରାଇଲେ ଜଣେ ଭାରତୀୟ ଛାତ୍ର । କିର୍ଗିଜସ୍ଥାନରେ ଏକ ବରଫ ଫସି ରହି ଭାରତୀୟ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣକ ଆନ୍ଧ୍ରପ୍ରଦେଶର ବାସିନ୍ଦା ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାୟୀ,ଆନ୍ଧ୍ରପ୍ରଦେଶର ବାସିନ୍ଦା ମୃତ ଛାତ୍ର ଜଣକ ଡାକ୍ତରୀ ଡିଗ୍ରୀ ହାସଲ କରିବାକୁ ବିଦେଶରେ ପଢୁଥିଲେ । ରବିବାର ନିଜ ସାଙ୍ଗମାନଙ୍କ ସହ କିର୍ଗିଜସ୍ଥାନର ଏକ ଝରଣା ବୁଲିବାକୁ ଯାଇଥିଲେ । ଝରଣା ପାଖରେ ରହି ସେ ପ୍ରକୃତିର ସୌଦର୍ଯ୍ୟକୁ ଅନୁଭବ କରୁଥିଲେ । ସେହି ସମୟରେ ସାମାନ୍ୟ ଅସାବଧାନତା ଯୋଗୁ ହଠାତ୍ ଯୁବକ ଜଣକ ଝରଣା ଭିତରେ ଫଶି ଯାଇଥିଲେ। ତାଙ୍କ ସହ ଯାଇଥିବା ସାଙ୍ଗମାନେ ତାଙ୍କୁ ସେଠାରୁ ଉଦ୍ଧାର କରିବାରେ ବିଫଳ ହେଲେ । ଯାହାଫଳରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୁତୟ ଖବର ଜାଣି ପରିବାରରେ ଶୋକର ଛାୟା ଖେଳିଯାଇଛି ।