ଭାରତୀୟଙ୍କ ପାଇଁ କାଳ ସାଜିଛି ବିଦେଶ । ଏଠାରେ ଆୟେ ଦିନ ଭାରତୀୟଙ୍କ ମୃତ ହେଉଛି । କେଉଁଠି କାହାର ଦୁର୍ଘଟଣାରେ ଜୀବନ ଯାଉଛି ତ କେଉଁଠି କାହାକୁ ହତ୍ୟା କରାଯାଉଛି । ତେବେ ଆଉ ଏକ ଘଟଣା ଆମ ସାମ୍ନାକୁ ଆସିଛି । ଆମେରିକାରେ ଆଉ ଦୁଇ ଭାରତୀୟ ଛାତ୍ର ଆଖିବୁଜି ଦେଇଛନ୍ତି ।
ଏହି ଦୁର୍ଘଟଣା ଆମେରିକାର ଫୋନେକ୍ସ ସିଟି ଅଫ୍ ଆରିଜୋନ ଠାରେ । ଏହି ଦୁର୍ଘଚଣାରେ ଦୁଇ ଭାରତୀୟ ଆଖି ବୁଜି ଦେଇଛନ୍ତି । ମୃତ ଦୁଇ ଛାତ୍ର ହେଲେ ମୁକ୍କା ନିବେଶ ଓ ଗୌତମ ପାରସି। ଉଭୟଙ୍କ ବୟସ ୧୯ ବର୍ଷ ହୋଇଥିବା ବେଳେ ତେଲେଙ୍ଗାନାର ବାସିନ୍ଦା ବୋଲି ଜଣାପଡିଛି।
ପୁଲିସ ସୂଚନା ମୁତାବକ, ଏହି ଦୁର୍ଘଟଣା ଏପ୍ରିଲ ୨୦ ତାରିଖରେ ହୋଇଥିଲା । ଦୁଇ ଛାତ୍ର କାର୍ରେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଅନ୍ୟ ଏକ କାର୍ ସହ ଏମାନଙ୍କ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ଏକ କାର୍ର ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଅଧିକା ପଢନ୍ତୁ: ଚୀନରେ ବନ୍ୟା ପରିସ୍ଥିତି