ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ
Khabar Odisha:state-odisha-murder-at-soro
ସୋର, ଅଗଷ୍ଟ ୧୦ (ଖବର ଓଡିଶା) :

 ସବୁ ସୁଖଦୁଃଖରେ ଗୋଟିଏ ସାଥୀ ହୋଇ ରହିବାକୁ ସାତ ଜନ୍ମ ପାଇଁ ହାତ ଧରିଥିବା ବ୍ୟକ୍ତି ଯଦି ନିଜେ ନର ରାକ୍ଷସ ପାଲଟି ଯାଏ ତେବେ କହିବା କାହାକୁ । ଏଭଳି ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି ବାହାନଗା ବ୍ଲକ ନୂଆପୁର ଗାଁରେ । ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଅମାନୁଷିକ ଭାବେ ପିଟିପିଟି ହତ୍ୟା କରିବା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି । 

ବାହାନଗା ବ୍ଲକ ନୂଆପୁର ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି । ଅଭିଯୁକ୍ତ ସ୍ୱାମୀ ନୀଳାମ୍ବର ମଳିକ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ କଳହ କେନ୍ଦ୍ର କରି ବଚସା ହୋଇଥିଲା । ଏହା ପରେ ନିଳାମ୍ବର ତାଙ୍କ ସ୍ତ୍ରୀଙ୍କୁ ମାରିଥିଲେ । ଏହାପରେ ତାଙ୍କ ଉପରେ କିରାସିନି ଢାଳି ହତ୍ୟା କରିଥିଲେ । ପରେ ସ୍ତ୍ରୀ ମରିଯାଇଥିବା ଜାଣି ନିଜେ ବିଷ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତାଙ୍କୁ ଏବେ ଗୋପାଳପୁର ମେଡିକାଲରେ ଭର୍ତି କରାଯାଇଛି । 

Subscribe

National International State Sports Entertainment