ଫ୍ୟାନ ଲେଖିଲେ- ଭାରତୀୟ ତୂଳନାରେ ଇଂରେଜ ଓ ଅଷ୍ଟ୍ରେଲିଆ କ୍ରିକେଟର ପସନ୍ଦ, ବିରାଟ ଦେଲେ ଏହି ଜବାବ
Khabar Odisha:when-virat-kohli-tells-fan-to-leave-india-because-he-likes-foreign-batsmen-more
ନୂଆଦିଲ୍ଲୀ,ନଭେମ୍ବର୦୭(ଖବର ଓଡ଼ିଶା):

ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ସେଥିରେ ସେ ଜଣେ ପ୍ରଶଂସକଙ୍କୁ ଦେଶ ଛାଡି ଚାଲି ଯିବାକୁ ପରାମର୍ଶ ଦେଉଥିବା ଦେଖାଯାଉଛି। ତାଙ୍କର  ଏହି କଥାକୁ କିଛି ପ୍ରଶଂସକ ପସନ୍ଦ କରିନାହାନ୍ତି  ଏବଂ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।  ନିକଟରେ ୩୦ତମ ଜନ୍ମ ବାର୍ଷିକ ପାଳନ କରିଥିବା କୋହଲି ବର୍ତ୍ତମାନ ବିଶ୍ରାମରେ ଅଛନ୍ତି। ତାଙ୍କ ସ୍ଥାନରେ ରୋହିତ ଶର୍ମା ଇଣ୍ଡିଜ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତୀୟ ଦଳର ଅଧିନାୟକ ପଦ ସମ୍ଭାଳିଛନ୍ତି।

ପୂରା ମାମଲା କଣ 

ଭିଡ଼ିଓରେ କୋହଲି ମୋବାଇଲ ଦେଖି ପଢୁଥିବା ଦେଖିବାକୁ ମିଳୁଛି। ତାଙ୍କୁ ଜଣେ ପ୍ରଶଂସକ ଲେଖିଛନ୍ତି ଯେ- ସେ ଜଣେ ଓଭରରେଟେଡ ବ୍ୟାଟସମ୍ୟାନ। ତାଙ୍କର ବ୍ୟାଟିଂରେ କିଛି ଖାସ୍ ଲାଗୁ ନାହିଁ। ମୋତେ ଏହି ଭାରତୀୟ ବ୍ୟାଟସମ୍ୟାନଙ୍କ ତୂଳନାରେ ଇଂରେଜ ଓ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନଙ୍କ ଖେଳ ଦେଖିବାକୁ ଅଧିକ ଆନନ୍ଦ ଲାଗିଥାଏ। ଏହା ଉପରେ ବିରାଟ ଜବାବ ଦେଇ କହିଛନ୍ତି ଯେ ମୋତେ ଲାଗୁ ନାହିଁ ଯେ ଆପଣ ଭାରତରେ ରହିବା ଉଚିତ୍। ଯାଅ ଭାରତରେ ନ ରହି ଅନ୍ୟ କୁଆଡ଼େ ରୁହ। ଆପଣ ଆମ ଦେଶରେ କଣ ପାଇଁ ରହୁଛନ୍ତି ଏବଂ ଅନ୍ୟ ଦେଶକୁ ଭଲ ପାଉଛନ୍ତି।

କୋହଲି ଏହା ମଧ୍ୟ କହିଛନ୍ତି ଯେ ଆପଣ ମୋତେ ପସନ୍ଦ ନକରନ୍ତୁ, କିଛି କଥା ନାହିଁ। ମୋତେ ଲାଗୁ ନାହିଁ ଯେ ଆପଣଙ୍କୁ ଆମ ଦେଶରେ ରହିବା ଉଚିତ୍ ଏବଂ ଅନ୍ୟମାନଙ୍କ ପରି ଭାବିବା ଉଚିତ୍। ଆପଣ ପ୍ରଥମେ ନିଜର  ପ୍ରାଥମିକତାଙ୍କୁ ସ୍ଥିର କରନ୍ତୁ। ଏହା ପରେ ସାମାଜିକ ଗଣମାଧ୍ୟମରେ କୋହଲିଙ୍କୁ କିଛି ସମର୍ଥନ କରିଥିବା ବେଳେ କିଛି ଟ୍ରୋଲ ମଧ୍ୟ କରିଛନ୍ତି। 

Subscribe

National International State Sports Entertainment