୨୬ରୁ ରାଜ୍ୟସ୍ତରୀୟ ବନ୍ଧୁକ ଚାଳନା ପ୍ରତିଯୋଗିତା
Khabar Odisha:State-firing-competition-from-July-26

ଭୁବନେଶ୍ୱର, ଜୁଲାଇ ୧୧(ଖବର ଓଡ଼ିଶା): ଅଷ୍ଟମ ରାଜ୍ୟ ବନ୍ଧୁକ ଚାଳନା ପ୍ରତିଯୋଗିତା ଜୁଲାଇ ୨୬ରୁ ଆରମ୍ଭ ହେବ। ଚାରି ଦିବସୀୟ ରାଜ୍ୟସ୍ତରୀୟ ପ୍ରତିଯୋଗିତା ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ସୁଟିଂ ରେଞ୍ଜ ଓ ଉତ୍କଳ କରାଟେ ସ୍କୁଲରେ  ଅନୁଷ୍ଟିତ ହେବ। ଚଳିତ ମାସ ୫ ରୁ ୮ ତାରିଖ ମଧ୍ୟରେ ଅନୁଷ୍ଟିତ ହୋଇଯାଇଥିବା ପ୍ରାକ ରାଜ୍ୟ ପ୍ରତିଯୋଗିତାରୁ ଆସନ୍ତା ରାଜ୍ୟ ପ୍ରତିଯୋଗିତା ନିମନ୍ତେ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି। ପ୍ରାକ ପ୍ରତିଯୋଗିତାରେ ଭାଗ ନେଇଥିବା ୨୦୦ ପ୍ରତିଯୋଗୀ ମାନଙ୍କ ମଧ୍ୟରୁ ୧୨୧ ଜଣ ପ୍ରତିଯୋଗୀ ରାଜ୍ୟ ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ଯୋଗ୍ୟତା ହାସଲ କରିଛନ୍ତି। ଏହା ବ୍ୟତୀତ ଓଡିଶାର ୨୮ ଜଣ ଜାତୀୟ ସୁଟର ସିଧାସଳଖ ରାଜ୍ୟ ପ୍ରତିଯୋଗିତା ରେ ଭାଗ ନେବେ। 

ଏହି ପ୍ରତିଯୋଗିତା ଫଳାଫଳ ଭିତିରେ ଆଗାମୀ ଦିନ ମାନଙ୍କରେ ହେବାକୁ ଥିବା ପୂର୍ବାଞ୍ଚଳ ଓ ପ୍ରି ନ୍ୟାସନାଲ, ଜି.ଭି ମାଭଲଙ୍କର ୨୦୧୮ ନିମନ୍ତେ ଖେଳାଳି ଚୟନ କରାଯିବ। ପ୍ରତିଯୋଗିତାଟି ଜୁନିୟର ବାଳକ, ବାଳିକା ୧୪ ରୁ ୨୧ ବର୍ଷ ସିନିୟର ପୁରୁଷ ଓ ମହିଳା ୨୧ ରୁ ଉର୍ଦ୍ଧ ଓ ଭେଟେରଣ ପୁରୁଷ ଓ ମହିଳା ୫୦ ଓ ୪୫ ବର୍ଷରୁ ଉର୍ଦ୍ଧ ବୟସ ଭିତରେ ଅନୁଷ୍ଟିତ ହେବ। ପ୍ରତିଯୋଗିତାରେ ଭାଗ ନେବା ନିମନ୍ତେ ନାମ ପଞ୍ଜୀକରଣ ଚଳିତ ମାସ ୨୫ ତାରିଖ ସୁଧା ଉତ୍କଳ କରାଟେ ପ୍ଲଟ ନଂ ୪ଏ ୟୁନିଟ ୯ ଭୁବନେଶ୍ୱର ଓ କଳିଙ୍ଗ ଷ୍ଟାଡିୟମସ୍ଥିତ ସୁଟିଂ ରେଞ୍ଜଠାରେ ନାମ ପଞ୍ଜୀକୃତ କରିପାରିବେ।  

ଜୁଲାଇ ୨୬ ଓ ୨୭ରେ ସବୁ ବୟସ ବର୍ଗର ୨୨ ବୋର ଓ ଓପେନ ସାଇଟ ୫୦ ମିଟର ରାଇଫଲ ଓ ୨୫ ମିଟର ପିସ୍ତଲ/ରେଭୋଳବରରେ ପ୍ରତିଯୋଗିତା ଅନୁଷ୍ଟିତ ହେବ। ୨୮ ଓ ୨୯ ତାରିଖ ଉତ୍କଳ କରଟେ ସ୍କୁଲ ଠାରେ ୧୦ ମିଟର ଓପେନ ସାଇଟ/ ପୀପ ସାଇଟ ଏୟାର ରାଇଫଲ ଓ ଏୟାର ପିସ୍ତଲରେ ପ୍ରତିଯୋଗିତା ଅନୁଷ୍ଟିତ ହୋଇ ୨୯ ତାରିଖ ଦିନ ସନ୍ଧ୍ୟା ୭ ଟା ବେଳେ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଟିତ ହେବ। 

  • Tags:

Subscribe

National International State Sports Entertainment