୧୬ ବର୍ଷର ସୌରଭ ଚୌଧୁରୀ ଏସିଆଇ ଏୟରଗନ ପ୍ରତିଯୋଗିତାରେ ଜିତିଲେ ସ୍ୱର୍ଣ୍ଣ
Khabar Odisha:Saurabh-Chaudhary-Wins-Gold-Medal-In-Asian-Airgun-Championship
ନୂଆଦିଲ୍ଲୀ, ନଭେମ୍ବର ୮, (ଖବର ଓଡିଶା)

ଭାରତର ଯୁବ ସୁଟର ସୌରଭ ଚୌଧୁରୀ ନିଜର ଉତମ ପ୍ରଦର୍ଶନକୁ ବଜାୟ ରଖି ଗୁରୁବାର ଦିନ ହୋଇଥିବା ଏସିଆନ ଏୟରଗନ ଚାମ୍ପିୟାନସିପରେ ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମିରଠର ୧୬ ବର୍ଷୀୟ ସୌରଭ ଅଜ୍ଜୁନ ସିଂହ ଚିମା ଏବଂ ଅନମୋଲ ଜୈନଙ୍କ ସହିତ ମିଶି ମୋଟ ୧୭୩୧ ଅଙ୍କ ସହିତ ଟିମ ପ୍ରତିଯୋଗୀତାରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । 

ସେ ଆଠ ଖେଳାଳିଙ୍କ ବ୍ୟକ୍ତିଗତ ଫାଇନାଲରେ ୨୩୯ .୮ ଅଙ୍କ ସହିତ ନିଜର ଦ୍ୱୀତିୟ ସ୍ୱର୍ଣ୍ଣ ଜିତିଛନ୍ତି । ଏହି ପ୍ରତିଯୋଗିତାରେ ଅଜ୍ଜୁନ ୨୩୭.୭ ଅଙ୍କ ସହିତ ରଜତ ପଦକ ହାସଲ କରିଛନ୍ତି ଓ ଚୀନ ହୁଆଙ୍ଗ ୨୧୮ କାଂସ୍ୟ ପଦକ ଜିତି ଥିବା ବେଳେ ଅନମୋଲ ୧୯୫.୧ ଚତୁର୍ଥ ସ୍ଥାନରେ ରହିଛି । ସୌରଭ ଏହା ପୂର୍ବରୁ ଅଗଷ୍ଟରେ ଏସିଆଇ ଖେଳରେ ଭାଗ ନେଇ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । 

                        

                        

Subscribe

National International State Sports Entertainment