ବିବାଦୀୟ ଉପଦେଶକ ଜାକିରର ମୁସ୍କିଲ ବଢିଲା, ସଂପତ୍ତି ଜବତ କରିବାକୁ ଏନଆଇଏ ଦେଲା ଆଦେଶ
Khabar Odisha:special-nia-court-ordered-the-attachment-properties-of-zakir-naik
ନୂଆଦିଲ୍ଲୀ ଅକ୍ଟୋବର୧୨(ଖବର ଓଡ଼ିଶା):

ବିବାଦୀୟ ମୁସଲିମ ଉପଦେଶକ ଜାକିର ନାଇକର ମୁସ୍କିଲ ବଢିବାରେ ଲାଗିଛି। ସ୍ଵତନ୍ତ୍ର ଏନଆଇଏ କୋର୍ଟ ଜାକିରର ମୁମ୍ବାଇ ସ୍ଥିତ ଚାରି ସଂପତ୍ତିକୁ ଜବତ କରିବାକୁ ଆଦେଶ ଦେଇଛି। ଆତଙ୍କୀ ନିରୋଧ କାନୁନ ଆଧାରରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ନାଇକ ଉପରେ ଦେଶଦ୍ରୋହ ସହିତ ଯୁବକଙ୍କୁ ଆତଙ୍କବାଦୀ ହେବା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ ମଧ୍ୟ ରୁଜୁ ହୋଇଛି। 

ଏହା ପୂର୍ବରୁ ଏନଆଇଏ ନାଇକର ମୁମ୍ବାଇ ସ୍ଥିତ ଦୁଇଟି ଫ୍ଲାଟ ଓ ଗୋଟିଏ ବାଣିଜ୍ୟକ ସଂସ୍ଥାକୁ ସିଜ୍ କରିଥିଲା। ଏଜେନ୍ସି କୋର୍ଟରେ ନାଇକର ଏହି ଚାରୋଟି ସଂପତ୍ତିକୁ ଜବତ କରିବାକୁ ଅନୁମତି ମାଗିଥିଲା। ଏନଆଇଏ ନିଜ ଦଲିଲରେ କହିଥିଲା ଯେ ନାଇକ ବିଦେଶରେ ଥାଇ ମଧ୍ୟ ମୁମ୍ବାଇ ସ୍ଥିତ ସଂପତ୍ତିକୁ ବିକ୍ରି କରିବାକୁ ଉଦ୍ୟମ କରୁଛି। କାରଣ ତାରି ବିରୋଧରରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସିର ମାମଲା ରୁଜୁ ହେବା ପରେ ତାକୁ ବିଭିନ୍ନ ସ୍ରୋତରୁ ଧନ ମିଳିବା ବନ୍ଦ ହୋଇ ଯାଇଛି। ତେଣୁ ନାଇକ ନିଜର ମୁମ୍ଵାଇ ସ୍ଥିତ ସଂପତ୍ତିକୁ ବିକ୍ରି କରିବାକୁ ଉଦ୍ୟମ କରୁଥିବା ଏଜେନ୍ସି କହିଛି।

ଉଲ୍ଲେଖଯୋଗ୍ୟ, ଏନଆଇଏ ୨୦୧୬ ନଭେମ୍ବରରେ  ନିଜର ମୁମ୍ବାଇ ଶାଖାରେ ନାଇକ ବିରୋଧରେ ୟୁଏପିଏ କାନୁନ ଓ ଆଇପିସିର ବିଭିନ୍ନ ଧାରା ଆଧାରରେ ଏତଲା ଦାୟର କରିଥିଲା। ୨୦୧୬ ଜୁଲାଇରେ ବାଂଲାଦେଶର ଢାକାରେ ହୋଇଥିବା ଆତଙ୍କୀ  ଆକ୍ରମଣ ପରେ ଏନଆଇଏର ରାଡାରରେ ଆସିଥିଲା ନାଇକ। ଆକ୍ରମଣ ପରେ ଆତଙ୍କବାଦୀ କହିଥିଲା ଯେ ଜାକିର ନାଇକର ଭାଷଣରେ ପ୍ରେରିତ ହୋଇ ସେ ଏହି ଆକ୍ରମଣ କରିଛି। ଏହା ପରେ ଜାକିର ନାଇକ ଭାରତରୁ ପଳାୟନ କରିଥିଲା। 

Subscribe

National International State Sports Entertainment