ଚିତ୍ରକୋଣ୍ଡାରେ ମାଓ ପୋଷ୍ଟର, ପୋଲାଭରମ ପ୍ରକଳ୍ପକୁ ବିରୋଧ
Khabar Odisha:mao-poster-in-chitrakonda-malkangiri
ମାଲକାନଗିରି, ଜୁଲାଇ ୧୩(ଖବର ଓଡିଶା):

ପୁଣି ଚର୍ଚ୍ଚାରେ ପୋଲାଭରମ ପ୍ରକଳ୍ପ । ଏଥର କିନ୍ତୁ କୌଣସି ବିବାଦ ନୁହେଁ ବରଂ ଲଗାଯାଇଥିବା ମାଓ ପୋଷ୍ଟର । ପ୍ରକଳ୍ପକୁ ନେଇ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିବାବେଳେ  ଚିତ୍ରକୋଣ୍ଡାରେ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି। 

ପୋଷ୍ଟରରେ ମାଓବାଦୀମାନେ ପୋଲାଭରମ ପ୍ରକଳ୍ପକୁ ବିରୋଧ କରିଥିବା ନେଇ ଉଲ୍ଲେଖ କରିଛନ୍ତି ।  ଆନ୍ଧ୍ରପ୍ରଦେଶରେ ନିର୍ମାଣାଧୀନ ଥିବା ପୋଲାଭରମ ପ୍ରକଳ୍ପ ଦ୍ୱାରା ବହୁ ସ୍ଥାନ ଜଳମଗ୍ନ ହେବାର ସମ୍ଭାବନା ରହିଥିବାରୁ ମାଓବାଦୀମାନେ ଏହାକୁ ବିରୋଧ କରି  ପୋଷ୍ଟର ଲଗାଇଛନ୍ତି । ତେବେ ଗୃହରକ୍ଷୀମାନେ ଚାକିରୀ ଛାଡିବାକୁ ମଧ୍ୟ ସେମାନେ ପୋଷ୍ଟରରେ ଚେତାବନୀ ଦେଇଛନ୍ତି । 

ତେବେ ପରିସ୍ଥିତିକୁ ନଜରରେ ରଖି ଚିତ୍ରକୋଣ୍ଡା ତଥା ନିକଟବର୍ତି ଅଂଚଳରେ କମ୍ବିଂ ଅପରେସନକୁ ଯୋରଦାର କରିଛି ପୋଲିସ୍ ।

  • Tags:

Subscribe

National International State Sports Entertainment