ଦକ୍ଷିଣ କାଶ୍ମୀରରେ ଏନକାଉଂଟର, ୨ ଆତଙ୍କବାଦୀ ସଫା
Khabar Odisha:encounter-odisha-kashmir-army-and-terrorist-two-militia-killed
ଶ୍ରୀନଗର, ଫେବୃଆରୀ ୧୨(ଖବର ଓଡିଶା):

ଦକ୍ଷିଣ କାଶ୍ମୀର ପୁଲବାମା ଜିଲ୍ଲାର ରତ୍ନୀପୀରା ଅଚଳରେ ଆଜି ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଦୁଇ ଆତଙ୍କୀ ନିହତ ହୋଇଛନ୍ତି । ଏହାସହ ଜଣେ ଯବାନ ସହିଦ ହୋଇଛନ୍ତି । ସେନା ସମଗ୍ର ଅଂଚଳକୁ ଘେରାଉ କରି ତଲାସି ଅଭିଯାନ ଚଳାଇଛି । ଏବେ ମଧ୍ୟ ଗୁଳିବିନିମୟ ଜାରି ରହିଛି । 

ସୂଚନା ମୁତାବକ, ଆଜି ସକାଳେ ଗୁଇନ୍ଦା ସୂଚନା ଆଧାରରେ ସେନା କମ୍ବିଂ ଅପରେସନ ଚଳାଇଥିଲା । ଏହାକୁ ଦେଖି ଆତଙ୍କବାଦୀମାନେ ପ୍ରଥମେ ଯବାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାପରେ ସେନା ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା । ସେନାକୁ ଏହି ଅପରେସନରେ ୫୦ ରାଷ୍ଟ୍ରୀୟ ରାଇଫଲ୍ସ, ସିଆରପିଏଫର ୧୮୨ ବାଟାଲିୟନ ଏବଂ ପୁଲବାମା ଏସଓଜି ସହାୟତା କରିଥିଲେ । 

ସୂତ୍ରାନୁସାରେ, ଦୁଇରୁ ତିନିଜଣ ଆତଙ୍କୀ ସେନା ଦ୍ୱାରା ଆମ୍ବୁସରେ ଫସିଯାଇଥିଲେ । ତାଜା ସୂଚନାନୁସାରେ ୨ଜଣ ଆତଙ୍କୀ ନିହତ ହୋଇଛନ୍ତି । ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସ୍ଥାନୀୟ ଅଂଚଳରେ ମୋବାଇଲ ଏବଂ ଇଂଟରନେଟ ସେବାକୁ ବନ୍ଦ କରାଯାଇଛି ।

  • Tags:

Subscribe

National International State Sports Entertainment