ପିତା କଲରା ଦେଇଛି ମିଠା ଅନୁଭୂତି, କଲରା ଚାଷରୁ ଲକ୍ଷପତି ହୋଇଛନ୍ତି ଝାରଖଣ୍ଡର ଗଂସୁ ମହାତୋ
Khabar Odisha:Jharkhand-farmer-earn-more-in-biter-guard
ରାଂଚି, ଅଗଷ୍ଟ ୧୧(ଖବର ଓଡ଼ିଶା) :

 ପାଟିକୁ ପିତା ଲାଗୁଥିବା କଲରା ଜୀବିକାକୁ କରିଛି ମିଠା । ଝାରଖଣ୍ଡର ଚାଷୀ ଗଂସୁ ମହାତୋ ଆଠ ଏକର ଚାଷ ଜମିରେ କଲରା ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି ।

ଗଂସୁଙ୍କ କହିବା କଥା ହେଉଛି କେବଳ କଲରା ନୁହେଁ ଯେ କୌଣସି ପନିପରିବା ଚାଷକୁ ଉନ୍ନତ ପ୍ରଣାଳୀରେ କରାଗଲେ ଚାଷୀକୁ ଭୋକିଲା ରହିବାକୁ ପଡ଼ିବନି । ଏବେ ବଜାରରେ ବର୍ଷ ସାରା ପନିପରିବାର ଦର ଚଢା ରହୁଛି ।

ଶ୍ରାବଣ ମାସରେ ପରିବା ବଜାରରେ ନିଅାଁ ଲାଗିଛି । ପୋଟଳ, ବାଇଗଣ ଠାରୁ ଆରମ୍ଭ କରି ଜହ୍ନି, ଅମୃତଭଣ୍ଡା ଯାଏଁ ସବୁ ପରିବାର ଦର ଆକାଶ ଛୁଅାଁ ରହିଛି । ଏଭଳି ସ୍ଥିତିରେ ଗଂସୁ ମହାତୋ କଲରା ବିକ୍ରୀ କରି ଲକ୍ଷେ ଟଙ୍କା ପାଇଛନ୍ତି । ସବୁ କଲରା ବିକ୍ରୀ ସରିଲେ ତାଙ୍କ ହାତକୁ ଆଉ ୪ଲକ୍ଷ ଟଙ୍କା ଆସିବ ।

ଗଂସୁ ଗତ ଅପ୍ରେଲ ମାସରେ କଲରା ଲଗାଇଥିଲେ । ଅଗଷ୍ଟ ମାସରେ ୩୦ କ୍ୟୁଣ୍ଟାଲ କଲରା ଅମଳ ହୋଇଛି । ଏକର ପ୍ରତି ୩୦ ହଜାର ଟଙ୍କା ଖର୍ଚ୍ଚ କରି ୮ ଏକର କଲରା ଲଗାଇଛନ୍ତି । ଏଥିରେ ୨ଲକ୍ଷ ୪୦ ହଜାର ଖର୍ଚ୍ଚ ହୋଇଥିବାବେଳେ ୪ଲକ୍ଷ ଟଙ୍କାର ରୋଜଗାର ହେବ ବୋଲି ଗଂସୁ କହନ୍ତି । 

  • Tags:

Subscribe

National International State Sports Entertainment