ଏହି ଦ୍ରବ୍ୟକୁ ଫ୍ରିଜରେ ରଖନ୍ତୁ ନାହିଁ, ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ପ୍ରଭାବ
Khabar Odisha:Dont-freeze-this-item
ଭୁବନେଶ୍ୱର, ଅଗଷ୍ଟ ୧୧(ଖବର ଓଡ଼ିଶା) :

ଆମେ ସମସ୍ତେ ଭଲ ଭାବେ ଜାଣିଛନ୍ତି ଯେ ଦ୍ରବ୍ୟକୁ ଫ୍ରିଜରେ ସୁରକ୍ଷିତ ଭାବେ ରଖାଯାଇପାରିବ, କିନ୍ତୁ ଏହାର ମାନେ ନୁହେଁ ଯେ ସମସ୍ତ ଦ୍ରବ୍ୟକୁ ଫ୍ରିଜରେ ରଖାଯିବ । ବେଳେବେଳେ ଆମକୁ ସୁହାଉଥିବା ଭଳି ଅଭ୍ୟାସ ମଧ୍ୟ ଆମ ଅଜଣାତରେ ନୁଆ ସମସ୍ୟା ସୃଷ୍ଟି କରିଥାଏ । କେଉଁ ଦ୍ରବ୍ୟକୁ ଫ୍ରିଜରେ ରଖାଗଲେ ଆମ ସ୍ୱାସ୍ଥ୍ୟ ପ୍ରଭାବିତ ହେବ ସେ ସଂପର୍କରେ ଆସନ୍ତୁ ଜାଣିନେବା

ଅଧିକାଂଶ ଲୋକ ଫ୍ରିଜରେ ଟମାଟୋ ରଖନ୍ତି । ଟମାଟୋ ଏକ ପରିବା ନୁହେଁ ଏହା ଏକ ଫଳ । ଏହା ଅଧିକ ଗରମ ଏବଂ ପାଣି ଲୋଡ଼ିଥାଏ । ପାଗ ଥଣ୍ଡା ହେଲେ ଏହା ସମ୍ଭାଳି ପାରିନଥାଏ । ଶିଘ୍ର ପଚିଯାଏ । ଭିନେଗାର ଏବଂ ସୋୟାସସକୁ ଫ୍ରିଜରେ ରଖନ୍ତୁ ନାହିଁ । ଏହାକୁ ସୁରକ୍ଷିତ ପାଇଁ ଫ୍ରିଜର ଆବଶ୍ୟକତା ନଥାଏ । କେତେକ ଗୃହିଣୀ କାଟିଲାବେଳେ ଆଖିରୁ ଲୁହ ବାହାରିବନି ବୋଲି ଜାଣି ପିଆଜକୁ ଫ୍ରିଜରେ ରଖନ୍ତି । ପିଆଜ ଫ୍ରିଜରେ ରହିଲେ ଶିଘ୍ର ପଚିଯିବାର ସମ୍ଭାବନା ରହିଛି । ପିଆଜ ରହୁଥିବା ଫ୍ରିଜରୁ ଦୁର୍ଗନ୍ଧ ହୁଏ । କାକୁଡ଼ିକୁ ଫ୍ରିଜରେ ରଖିଲେ ଏଥିରେ ଥିବା ଆଣ୍ଟିଅକ୍ସିଡ଼େଣ୍ଟ ନଷ୍ଟ ହୋଇଥାଏ । ମହୁକୁ ଫ୍ରିଜରେ ରହିଲେ ଏହା ଦାନା ବାନ୍ଧି ଯାଏ । ସ୍ୱାଦ ବଦଳିଯାଏ । ରଙ୍ଗରେ ପରିବର୍ତ୍ତନ ଘଟିଥାଏ । ଆଳୁକୁ ଫ୍ରିଜରେ ରଖିଲେ ଏହାର ସ୍ୱାଦ ମିଠା ହୋଇଥାଏ ଏବଂ ପଚିଯାଇଥାଏ । ଏହା ପାଖରେ ଥିବା ଅନ୍ୟ ଫଳ ଓ ପରିବାରକୁ ନଷ୍ଟ କରିଦିଏ । କଫିକୁ କେବେ ବି ଫ୍ରିଜରେ ରଖନ୍ତୁ ନାହିଁ । ସ୍ୱାଦ ଓ ସୁଗନ୍ଧ ବଦଳିଯିବ ।

  • Tags:

Subscribe

National International State Sports Entertainment