୨୪ ଘଣ୍ଟାରେ ପୁଣି ୯ ସ୍କ୍ରବ ଟାଇଫସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ଙ୍କ ସଂଖ୍ୟା ୨୩୦କୁ ବୃଦ୍ଧି ହୋଇଛି । ୪୯ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୯ ପଜିଟିଭ ଚିହ୍ନଟ ହୋଇଥିଲେ । ଜଣଙ୍କର ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ସିଡିଏମ୍ଓଙ୍କ ପରାମର୍ଶ ଅନୁଯାୟୀ ଲକ୍ଷଣ ଜଣା ପଡ଼ିଲେ ଡାକ୍ତର ପରାମର୍ଶ ନେବା ଉଚିତ ଭୟବିତ୍ତ ହେବାର କୌଣସି ଆବଶ୍ୟକତା ନାହିଁ ।
ସେହିପରି ଗତକାଲି ରାଜ୍ୟରେ ସର୍ବାଧିକ ଟାଇଫସ ଆକ୍ରାନ୍ତ ବଲାଙ୍ଗୀର ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ଗତ ଦୁଇମାସ ଭିତରେ ମୋଟ୍ ୩୩୭ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଗତ ଅଗଷ୍ଟ ମାସରେ ୧୭୨ ଓ ସେପ୍ଟେମ୍ବର ମାସରେ ଏ ଯାଏ ୧୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ଏକ ବର୍ଷାକାଳୀନ ରୋଗ। ଏଥିଲାଗି ଭୟଭୀତ ନ ହୋଇ ବରଂ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା ନିଅନ୍ତୁ।
ଅଧିକ ପଢନ୍ତୁ: ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୫ ଆକ୍ରାନ୍ତ ଚିହ୍ନଟ