ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୫ ଆକ୍ରାନ୍ତ ଚିହ୍ନଟ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ସୁନ୍ଦରଗଡ଼ ଏବେ ଚିନ୍ତା ବଢ଼ାଇଛି ସ୍କ୍ରବ୍ ଟାଇଫସ୍ । ଆଉ ଆଜି ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହା ସହ ସୁନ୍ଦରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧କୁ ବୃଦ୍ଧି ପାଇଛି । ଦିନକୁ ଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ହେଉଥିବାର ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ତେବେ ସଂକ୍ରମଣ ରୋକିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ସେହିଭଳି ଗତକାଲି ସୁନ୍ଦରଗଡ଼ରେ ୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେବେ ସମଗ୍ର ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧୧ରେ ପହଁଞ୍ଚିଛି । ରାଜ୍ୟର ସୁନ୍ଦରଗଡ଼ ଓ ବରଗଡ଼ ଜିଲ୍ଲାରେ ଏହି ସଂକ୍ରମଣ ବଢୁଛି । ଏହି ରୋଗର ନିରାକରଣ ପାଇଁ ଏହି ଦୁଇଟି ଜିଲ୍ଲାକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ ପଠାଯାଇଛି । ସ୍କ୍ରବ୍ ଟାଇଫସ୍ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା ଏବଂ ସୁନ୍ଦରଗଡ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ପରୀକ୍ଷା କରାଯାଉଛି। ଏହି ରୋଗ ବିଷୟରେ ସଚେତନତା ପାଇଁ ସ୍ୱାସ୍ଥ୍ୟ ବିଭାଗ ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତା (ASHA) ଏବଂ ସହାୟକ ନର୍ସ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । 'ଚିଗର' ପୋକ କାମୁଡ଼ିଲେ ସ୍କ୍ରବ ଟାଇଫସ ରୋଗ ହୋଇଥାଏ । ପ୍ରଥମେ ରୋଗୀ ଶରୀରରେ ଘା ଭଳି ସୃଷ୍ଟି ହୁଏ ଓ ତାପରେ ଘା ଚାରିପାଖ ନାଲି ପଡ଼ିଯାଏ । ଧୀରେ ଧୀରେ ମଝି ଅଂଶ କଳା ପଡ଼ିଯାଏ । ରୋଗୀଙ୍କୁ ଜ୍ୱର ହେବା ସହ ଦେହ ହାତ ଘୋଳାବିନ୍ଧା ହୁଏ । ଏଭଳି ଲକ୍ଷଣ ଦେଖାଗଲେ, ତୁରନ୍ତ ସ୍କ୍ରବ ଟାଇଫସ ପରୀକ୍ଷା କରାଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ଆଗକୁ ପଢନ୍ତୁ :- ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍