ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଖପରାପଦା ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ ହୋଇଛି। ବ୍ୟାଙ୍କର ମ୍ୟାନେଜର ଏବଂ କର୍ମଚାରୀଙ୍କୁ ବନ୍ଧୁକ ଏବଂ ବିଭିନ୍ନ ମାରଣାସ୍ତ୍ର ଦେଖାଇବା ସହ ମାଡ ମାରି କ୍ୟାସ କାଉଣ୍ଟରରୁ ଦୁର୍ବୃତ୍ତମାନେ ଲୁଟ୍ କରିଛନ୍ତି। ୧୦ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି ଡକାୟତ ଗ୍ୟାଙ୍ଗ।
ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଦ୍ବିପହରରେ ୪ରୁ ୫ ଜଣ ଡକାୟତ ବ୍ୟାଙ୍କ ଭିତରେ ପଶି ବନ୍ଧୁକ ଦେଖାଇ ସମସ୍ତ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ। ପରେ କ୍ୟାସ କାଉଣ୍ଟରରୁ ୧୦ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିଲେ। ଡକାୟତଙ୍କ ମାଡରେ ବ୍ୟାଙ୍କ ମ୍ୟାନେଜର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ବ୍ୟାଙ୍କ ମ୍ୟାନେଜରଙ୍କୁ ବାଲିଆପାଳ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଲୁଟ୍ ଘଟଣାରେ ବାଲିଆପାଳ ପୋଲିସ ତଦନ୍ତ କରୁଛି।