ନୂଆଦିଲ୍ଲୀ : ଚଳିତ ବର୍ଷର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଦିଲ୍ଲୀ ବାହାରେ ଅନୁଷ୍ଠିତ ହେବ । ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ରାଜଧାନୀ ଦିଲ୍ଲୀ ବଦଳରେ ଗୁଜରାଟରେ ଅନୁଷ୍ଠିତ ହେବ । ଗୁଜରାଟର କେଭାଡିଆରେ ଆୟୋଜିତ ହେବାକୁ ଥିବାବେଳେ, ଆସନ୍ତା ସେପ୍ଟେମ୍ବର ୨୨ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଜେତାମାନଙ୍କୁ ପୁରସ୍କୃତ କରିବେ।
ଉଲେଖ୍ଯ ଯୋଗ୍ୟ ସାଧାରଣତଃ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ନୂଆଦିଲ୍ଲୀରେ ଆୟୋଜିତ ହୋଇଥାଏ। ତେବେ ଏଥର ଏହି ପରମ୍ପରାରେ ବଦଳିବ । ଯଦିଓ ପୂର୍ବରୁ ମଧ୍ୟ ଦିଲ୍ଲୀ ବାହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଆୟୋଜିତ ହୋଇଛି। ୧୯୭୧ ମସିହାରେ ଚେନ୍ନାଇରେ ୧୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଥିଲା। ଏହା ପରେ ଦୀର୍ଘ ବର୍ଷ ପରେ ପୁଣିଥରେ ରାଜଧାନୀ ବାହାରେ ଏହି ସମାରୋହ ଆୟୋଜନ ହେବାକୁ ଯାଉଛି।
ସୂଚନା ଥାଉକି ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ବିଜେତାମାନଙ୍କ ନାମ ଗତ ଜୁଲାଇରେ ଘୋଷଣା କରାଯାଇସାରିଛି। ଏଥର ବିଭିନ୍ନ ବର୍ଗରେ ଅନେକ ଚର୍ଚ୍ଚିତ ଚଳଚ୍ଚିତ୍ର ଓ କଳାକାର ପୁରସ୍କୃତ ହେବେ।ଚଳଚ୍ଚିତ୍ର ‘ଆର୍ଟିକଲ ୩୭୦’କୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ଚୟନ କରାଯାଇଛି।ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଥିବା ୟାମୀ ଗୌତମଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିବ। ସେହିପରି, ମାଲାୟଲମ ସୁପରଷ୍ଟାର ମାମୁଟି ଓ ବଲିଉଡ ଅଭିନେତା କାର୍ତ୍ତିକ ଆର୍ୟନ ଯଥାକ୍ରମେ ‘ବ୍ରହ୍ମଯୁଗମ’ ଓ ‘ଚନ୍ଦୁ ଚାମ୍ପିଅନ୍’ରେ ଅଭିନୟ ପାଇଁ ମିଳିତ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବେ।