ପୁଣି ଖୋଲିଲା ହୀରାକୁଦ ଜଳଭଣ୍ଡାରର ୧୬ଟି ଗେଟ୍ । ଉପରମୁଣ୍ଡରେ ବର୍ଷା ସହ ଅଧିକ ବନ୍ୟାଜଳ ପ୍ରବେଶ ଯୋଗୁଁ ଗତକାଲି ଅପରାହ୍ନରେ ହୀରାକୁଦରେ ୬ଟି ଗେଟ୍ ଖୋଲାଯାଇଥିଲା ।
ବର୍ତମାନ ଆଉ ୧୦ଟି ଗେଟ୍ ଖୋଲାଯାଇଛି । ଏବେ ଏହି ୧୬ ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସୂଚନା ଅନୁସାରେ , ହୀରାକୁଦ ଜଳସ୍ତର ସର୍ବୋଚ୍ଚ ୬୩୦ ଫୁଟ ଛୁଇଁବା ପାଇଁ ଆଉ ମାତ୍ର ୦.୭୫ ଫୁଟ ବାକି ରହିଥିଲା । ପ୍ରତି ସେକେଣ୍ଡରେ ହୀରାକୁଦ ଜଳଭଣ୍ଡାରକୁ ୧ ଲକ୍ଷ ୩୨ ହଜାର ୫୪୩ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ପ୍ରାୟେ ୧ ଲକ୍ଷ ୨୫ ହଜାର ଜଳ ନିଷ୍କାସିତ ହେଉଛି । କେବଳ ୬ଟି ସୁଇସ୍ ଗେଟରେ ପ୍ରାୟ ୯୦ ହଜାର ଘନପୁଟ , ପାୱାର ଚ୍ୟାଲେନରେ ୩୩ ହଜାର ୩୩ ଘନପୁଟ , ଜଳସେଚନକୁ ୩ ହଜାର ୬୮୭ ଘନପୁଟ ଓ ଶିଳ୍ପକୁ ୨୫୭ ଘନଫୁଟ ଜଳ ପ୍ରଦାନ କରାଯାଉଥିଲା । ଗତକାଲି ବାମ ପାର୍ଶ୍ୱର ୪ଟି ଓ ଡାହଣ ପାର୍ଶ୍ୱର ୨ ଟି ଗେଟ୍ ଖୋଲଯାଇଥିଲା । ପୂର୍ବରୁ ଉପର ମୁଣ୍ଡରେ ବର୍ଷା କମି ଯାଇଥିବା ହେତୁ ସମସ୍ତ ଗେଟ ବନ୍ଦ କରାଯାଇଥିଲା । ଏବେ ପୁଣି ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ହୋଇଛି । ତେବେ ଏନେଇ ଗେଟ୍ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆଉ ଏବେ ୧୦ଟି ଗେଟ୍ ଖୋଲାଯାଇଛି ।
ଆଗକୁ ପଢନ୍ତୁ :- ଓଡ଼ିଶା ପାଇଲା ପ୍ରଥମ ମହିଳା ବାଚସ୍ପତି