ପ୍ରମିଳା ମଲ୍ଲିକ ହେଲେ ପ୍ରଥମ ମହିଳା ବାଚସ୍ପତି। ବିଧିବଦ୍ଧ ଭାବେ ଦାୟିତ୍ୱ ନେଲେ ପ୍ରମିଳା। ବାଚସ୍ପତି ଭାବେ ପ୍ରମିଳା ଦାୟିତ୍ୱ ନେବା ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ଓଡ଼ିଶା ପ୍ରଥମ ମହିଳା ବାଚସ୍ପତି ପାଇଛି। ଏହାସହ ବିରୋଧୀ ଦଳ ନେତା ମଧ୍ୟ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ସହ ଗୃହରେ ନିରପେକ୍ଷତା ନୀତି ଆପଣାଇବାକୁ କହିଛନ୍ତି ।
ସୂଚନା ମୁତାବକ ,ବିଧିବଦ୍ଧ ଭାବେ ବାଚସ୍ପତି ଦାୟିତ୍ୱ ନେଲେ ପ୍ରମିଳା ମଲ୍ଲିକ। ବାଚସ୍ପତି ଭାବେ ଶପଥ ନେବା ପରେ ପ୍ରମିଳା ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଗୃହର ପଦମର୍ଯ୍ୟାଦା ରକ୍ଷା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ପ୍ରମିଳା। ଗୃହର ସୁପରିଚାଳନାରେ ସହଯୋଗ କରିବାକୁ ସମସ୍ତଙ୍କୁ କହିଛନ୍ତି ବାଚସ୍ପତି। ଗତକାଲି ବିଜେଡିର ବାଚସ୍ପତି ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ ପ୍ରମିଳା ମଲ୍ଲିକ। ତେବେ ଅନ୍ୟ କେହି ନାମାଙ୍କନପତ୍ର ଦାଖଲ ନ କରିବାରୁ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ ପ୍ରମିଳା । ଏହାପରେ ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଅଧିକ ପଢନ୍ତୁ ; ମନ୍ତ୍ରୀ ପଦରୁ ଇସ୍ତାଫା ଦେଲେ ପ୍ରମିଳା ମଲ୍ଲିକ : ବାଚସ୍ପତି ପଦ ପାଇଁ ଭରିବେ ନାମାଙ୍କନ ପତ୍ର