ଭୋଟ୍ ହାର ବଢାଇବା ସହ ଭୋଟରଙ୍କୁ ସଚେତନ କରାଇବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ନିଆରା ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲିଗୁଡ଼ା ଉପଜିଲ୍ଲାପାଳ ଡା.ରୀନା ପ୍ରଧାନ ଉପସ୍ଥିତିରେ ଚୁନାବ୍ ମହ୍ଲାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ଭୋଟ୍ ଦେବା ନେଇ ବିଭିନ୍ନ ନୃତ୍ୟ, ଗୀତ ମାଧ୍ୟମରେ ଭୋଟରଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା ରାମ୍ପ୍ ସୋ । ବାଲିଗୁଡ଼ା ଉପଜିଲ୍ଲାପାଳ ମଧ୍ୟ ଅଂଶଗ୍ରହଣ କରି ଭୋଟରଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଉପଖଣ୍ଡର ୯ଟି ବ୍ଲକର ବିଡ଼ିଓ, ତହସିଲଦାରଙ୍କ ସମେତ ବାଲିଗୁଡ଼ା ଏନ୍ଏସି ଏବଂ ଉପଖଣ୍ଡ ପ୍ରଶାସନର ସମସ୍ତ ଅଧିକାରୀ ଯୋଗଦେଇଥିଲେ । ଏଥିରେ ଭାଗନେଇଥିବା ବିଭିନ୍ନ ପ୍ରଜ୍ଞାପନ ମେଢ଼ ଓ ପ୍ରତିଯୋଗୀଙ୍କୁ ଉପଜିଲ୍ଲାପାଳଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ଭୋଟ୍ ହାର ବଢାଇବା ସହ ଭୋଟରଙ୍କୁ ସଚେତନ କରିବା ପାଇଁ ଏହି ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ବୋଲି କହିଛନ୍ତି ଉପଜିଲ୍ଲାପାଳ।
ଅଧିକ ପଢନ୍ତୁ : କଂଗ୍ରେସ ଛାଡ଼ିଲେ ବିଧୁଭୂଷଣ ତ୍ରିପାଠୀ