ରାଜ୍ୟରେ କଲରାପତରିଆ ବାଘ ସଂଖ୍ୟା ଜାଣିବା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି କଲରାପତରିଆ ବାଘ ଗଣନା ପ୍ରକ୍ରିୟା । ଏହି ବାଘ ଗଣନା ପ୍ରକ୍ରିୟା ପ୍ରାୟ ୪୦ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ବାଘଙ୍କର ଗତିବିଧି ଓ ପାଦ ଚିହ୍ନ ଦେଖି ବାଘ ଗଣନା ପ୍ରକ୍ରିୟା ଆରମ୍ଭ କରାଯାଇଛି । ଗଣନା ପାଇଁ ପ୍ରାୟ ୩,୩୧୨ଟି ଟ୍ରାପ କ୍ୟାମେରା ବ୍ୟବହାର କରାଯାଇଛି ବୋଲି ସୂଚନା ମିଳିଛି । ୫୧ଟି ଡିଭିଜନରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ ହେବା ସହିତ ପ୍ରତି ଡିଭିଜନର ୨୫ ବର୍ଗ କିଲୋମିଟର ପର୍ଯ୍ୟନ୍ତ ୫ଟି ଟ୍ରାପ କ୍ୟାମେରା ଲଗାଯିବ । ବାଘ ଗଣନା ପ୍ରକ୍ରିୟା ଶେଷ ହେବା ପରେ ରାଜ୍ୟରେ ପୂର୍ବ ଅପେକ୍ଷା କଲରାପତରିଆ ବାଘଙ୍କ ସଂଖ୍ୟା ବଢିଛି କି ହ୍ରାସ ପାଇଛି ଜଣାପଡିବ ।