ଗଜପତି ଜିଲ୍ଲା ଅଡବା ଥାନା ତୋରାଣିପାଣି ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଫଳରେ ଚାଲିଯାଇଛି ୨ ଜଣଙ୍କର ଜୀବନ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରିଥିଲା ।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଏକ ବୁଲେଟରେ ଦୁଇ ଜଣ ଜୁନାବାଡି ଗାଁ କୁ ଯାଉଥିବା ସମୟରେ ଗୋଟିଏ ବାଇକରେ ଦୁଇ ଜଣ ସlରାଙ୍ଗୁଡ଼ି ଯିବା ବେଳେ ତୋରାଣିପାଣି ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହେବା ସହିତ ୨ ଜଣ ଗୁରୁତର ଆହତ ହୋଇଥିଲେ । ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରିଥିଲା । ପୋଲିସ ଘଟଣାସ୍ଥଳରୁ ଦୁଇଟି ଗାଡିକୁ ଜବତ କରିଛି ।