ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ । କମୁନି ହାତୀ ଉପଦ୍ରବ । ଖାଦ୍ୟ ଅନ୍ୱେଷଣ ପାଇଁ ଜନବସତି ମୁହାଁ ହେଉଛନ୍ତି । ଯାହାଫଳରେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ସାଧାରଣ ଲୋକେ । ଏପରିକି ବାରମ୍ବାର ହାତୀ-ମଣିଷ ସଂଘର୍ଷ ଦେଖିବାକୁ ମିଳୁଛି । ଦିବ୍ୟାଙ୍ଗ ଯୁବକଙ୍କୁ ହାତୀ ଆକ୍ରମଣ କରିବାରୁ ତାଙ୍କ ଜୀବନ ଚାଲିଯାଇଛି । କାଜୁ ତୋଳିବାକୁ ଯାଇଥିବା ବେଳେ ଆକ୍ରମଣ କଲା ହାତୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଢେଙ୍କାନାଳ ଜିଲ୍ଲାରୁ ।
ସୂଚନା ଅନୁଯାୟୀ,ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବାଲିମି ଥାନା ଖଜୁରିଆକଟା ସେକ୍ସନ ନୂଆ ଗ୍ରାମରେ ମୃତ ଯୁବକ ଜଣକ କାଜୁ ତୋଳିବା ପାଇଁ କାଜୁ ବଗିଚାକୁ ଯାଇଥିଲେ । ସେ କାଜୁ ତୋଳିବା ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା । ସେ ଦିବ୍ୟାଙ୍ଗ ଥିବାରୁ ନା କଥା କହିପାରନ୍ତି ନା କିଛି ଶୁଣିପାରନ୍ତି । ଯେଉଁଥିପାଇଁ ସେ କାହାକୁ ଡାକିପାରିନଥିଲେ । ତେବେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା । ଯାହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଜଣେ ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବନବିଭାଗଙ୍କୁ ଖବର ଜଣାଇଥିଲେ । ଖବର ପାଇ ବନବିଭାଗ ଟିମ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଖଜୁରିଆକଟା ହସ୍ପିଟାଲକୁ ପଠାଇଥିଲେ ।
ଅଧିକ ପଢନ୍ତୁ :ଯୁବକଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା