ଓଡ଼ିଶା ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ଆଜି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି ଜୟଶଙ୍କର । ଆଜି ଓ କାଲି ସେ ଦୁଇଦିନ ଓଡ଼ିଶାରେ ରହିବେ। ଆଜି ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଡିଟର୍ସ ମିଟ, ବୁଦ୍ଧିଜୀବୀ ସମ୍ମିଳନୀ ପରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ଆସନ୍ତାକାଲି ସକାଳେ କଟକ ଯାଇ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ଏହାପରେ ଅପରାହ୍ନରେ ସମ୍ବଲପୁରରେ ଏକ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେବେ ।
ରାଜ୍ୟରେ ନିର୍ବଚନୀ ନେଇ ତିନି ରାଜନୈତିକ ଦଳ ହାଇଭୋଲଟେଜ୍ ପ୍ରଚାର ଆରମ୍ଭ କରିସାରିଲେଣି । ବିପକ୍ଷଙ୍କୁ ଟାର୍ଗେଟ୍ କରିବେ ଦଳର ନେତା । ଏହାରି ଭିତରେ ତିନି ଦଳର ଷ୍ଟାର ପ୍ରଚାରକ ନିଜ ନିଜ ଦଳର ପ୍ରଚାର ପାଇଁ ଆରମ୍ଭ କରିସାରିଛନ୍ତି ପ୍ରସ୍ତୁତି । ଭୋଟରଙ୍କ ମନ ଜିଣିବାକୁ ସବୁ ପ୍ରକାର ପ୍ରୟାସ କରୁଛନ୍ତି । ଏଥର ଓଡ଼ିଶାରେ ଅଧିକ ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖିଛି ବିଜେପି। ଏଣୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ସେହିଭଳି ୫ତାରିଖ ଅପରାହ୍ନରେ ଆସିବେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।