ସକାଳୁ ସକାଳୁ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲା ପ୍ରାୟ ୫୦ ଯାତ୍ରୀଙ୍କ ଜୀବନ । ସୂଚନା ଅନୁସାରେ, ଶନିବାର ସକାଳେ ବାଲେଶ୍ୱର ଜିଲ୍ଲା ଇନ୍ଦିରା ଛକ ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ପ୍ରାୟ ୫୦ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯାଇଥିଲା । ବସଟି ବାଲେଶ୍ୱରରୁ କୋଲକତା ଯାଉଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲା । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସକୁ ଜବତ କରି ଘଟଣାର ଯାଞ୍ଚ କରୁଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ବସ୍ ଚାଲାକ ସମେତ ହେଲପର ଚମ୍ପଟ ମାରିଛନ୍ତି ।