ଦେଶ ସ୍ୱ।ଧିନତାର ଅମୃତ ମହୋତ୍ସବ ପାଳନ କରିସାରିଥିବା ବେଳେ ଗାଁକୁ ଭଳ ରାସ୍ତା ଟିଏ ନଥିବାରୁ ଅସରନ୍ତି ବେଦନାରେ ଯିବନଯାପନ କରୁଛନ୍ତି ସମ୍ବଲପୁର ଜିଲ୍ଲା ଯୁଯୋମୁରା ବ୍ଳକର ଜୟନ୍ତପୁର ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗ୍ରାମବାସୀ। ୩୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ଟି ମୁଖ୍ୟତଃ ଆଦିବାସୀ ବହୁଲ ଗ୍ରାମ ଅଟେ। ତେବେ ସବୁଠୁ ବିଡ଼ମ୍ବନାର ବିଷୟ ହେଲା ଯେ ଗ୍ରାମବାସୀଙ୍କ ବହୁବାର ଗୁହାରି ପରେ ମଧ୍ୟ ଗାଁକୁ ଏକ ପିଚୁ ବା କଂକ୍ରିଟ ରାସ୍ତାଟି ହୋଇପାରିନାହିଁ।
ବୁଦେଲପାଲି ଗାଁରୁ ଫଟାବାହାଲ ଛକ ପଯ୍ୟନ୍ତ ମୁଖ୍ୟ ରାସ୍ତାକୁ ଯିବାକୁ ଥିବା ଏକ କିମି ରାସ୍ତାଟି ଖାଲଖମାରେ ଭରି ରହିଛି। ଏଥିପାଇଁ ବିଭିନ୍ନ ସମୟରେ ସେଠାରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ଆଉ ଏପରି ରାସ୍ତା ଦେଇ ଗ୍ରାମର ଛାତ୍ରଛାତ୍ରୀମାନେ ପାଠ ପଡିବାକୁ ଯାଇଛନ୍ତି। ତେବେ ବର୍ଷା ଦିନେ ତ ଏହି ରାସ୍ତାରେ ଯିବା ଆସିବି ଏକ ପ୍ରକାର ଅସମ୍ଭବ ହୋଇଥାଏ। କାରଣ ବର୍ଷା ପାଇଁ ରାସ୍ତାରେ କାଦୁଅ ହେବା ଯୋଗୁ ବାଇକ୍, ସାଇକେଲ ତ ଯିବା ଦୁରର କଥା ଖାଲି ପାଦରେ ଲୋକେ ଯିବାକୁ ବି ବଡ଼ ଅସୁବିଧା ଭୋଗୁଛନ୍ତି। ଏପରି ରାସ୍ତା ନଥିବାରୁ ଜରୁରୀକାଳୀନ ପରିସ୍ଥିତିରେ ମେଡିକାଲ ଚିକିତ୍ସା ପାଇଁ ରୋଗୀଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଗାଁକୁ ଆସି ନପାରିବାରୁ ଗ୍ରାମବାସୀ ମାନେ ବଡ଼ କଷ୍ଟରେ ବାଇକ୍ କିମ୍ବା ଅନ୍ୟ କୋୖଣସି ଉପାୟରେ ରୋଗୀଙ୍କୁ ନେଉଛନ୍ତି ।
ଏହାସହ ଗ୍ରାମରେ ଖରାଦିନେ ପିଇବା ପାଣିର ବି ବଡ଼ ସମସ୍ୟା ଲାଗିରହିଛି। ତେବେ ଗ୍ରାମବାସୀ କହନ୍ତି ଯେ ଗାଁ କୁ ଏକ ରାସ୍ତା ନିର୍ମାଣ ପାଇଁ ବହୁ ବର୍ଷ ଆଗରୁ ଅନୁଦାନ ମଞ୍ଜୁର ହୋଇଥିବା ବେଳେ ରାସ୍ତା କାମ ନହୋଇ ଟଙ୍କା ବାଟମାରଣା ହୋଇଛି। ଅନ୍ୟପକ୍ଷରେ ରାସ୍ତା ସମସ୍ୟା ସମାଧାନ ନେଇ ଗ୍ରାମକୁ ଏକ ରାସ୍ତା ନିର୍ମାଣ ପାଇଁ ବିଭିନ୍ନ ସମୟରେ ଜୟନ୍ତପୁର ପଞ୍ଚାୟତ ଓ ବ୍ଳକ କାର୍ଯ୍ୟାଳୟକୁ ଜଣାଇଥିଲେ ବି କୈାଣସି ସୁଫଳ ମିଳି ପାରିନାହିଁ। ଏନେଇ ସ୍ଥାନୀୟ ପଞ୍ଚାୟତ କର୍ତ୍ତୁପକ୍ଷ କିଛି କହିବାକୁ ମନା କରିଦେଇଥିଵା ବେଳେ ବ୍ଳକ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।