ସମ୍ବଲପୁର ସଦର ପୋଲିସକୁ ମିଳିଛି ପୁଣି ବଡ଼ ସଫଳତା। ବେଆଇନ ଭାବରେ ଗଞ୍ଜେଇ ରଖାଯାଇଥିବା ସ୍ଥାନରେ ସଦର ପୋଲିସ ଚଢ଼ାଉ କରି ୬୦୩ କେଜି ୩୦ ଗ୍ରାମର ଗଞ୍ଜେଇକୁ ଜବତ କରିଛି। ଏପରିକି ଏହି ମାମଲାରେ ଜଡିତ ଥିବା୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି। ତେବେ ଜବତ ଗଞ୍ଜେଇର ମୁଲ୍ୟ ୩୬ ଲକ୍ଷ ହେବ ବୋଲି ପୋଲିସ ସୁଚନା ଦେଇଛି।
ସୁଚନା ଅନୁସାରେ, ବେଆଇନ ଭାବରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇବା ପରେ ସଦର ପୋଲିସ କୁଟୁରାଯୋରୀ ନିକଟରେ ଚଢ଼ାଉ କରିଥିଲା। ଏକ କାର ୩ ଗୋଟି ମୋବାଇଲ ଫୋନ ସହ ମୋଟ ୬୦୩ କେଜି ୩୦ ଗ୍ରାମ ଗଞ୍ଜେଇକୁ ଜବତ କରି ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ନେଇ ଅତିରିକ୍ତ ଏସପି ସୁଚନା ଦେଇଛନ୍ତି। ତେବେ ଗିରଫ ଅଭିଯୁକ୍ତ ମାନେ ହେଲେ ଲଲିତ ଭୋଇ,ସତିଶ କୁମାର ପ୍ରଧାନ ଓ ଏମଡି ଇଶ୍ରାର। ତେବେ ଜବତ ଗଞ୍ଜେଇର ମୁଲ୍ୟ ୩୬ ଲକ୍ଷ ହେବ ବୋଲି ପୋଲିସ ସୁଚନା ଦେଇଛି। ଏଥିସହ ଅଭିଯୁକ୍ତ ମାନେ ଗଞ୍ଜେଇକୁ ରାଜ୍ୟ ବାହାରକୁ ଚୋରାଚାଲାଣ ପାଇଁ ଯୋଜନା କରୁଥିବା ନେଇ ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି। ତେଣୁ ଏନେଇ ପୋଲିସ ଏଥିରେ ଆଉ କାହାର ସଂପୃକ୍ତି ଅଛି ସେନେଇ ତଦନ୍ତ ଜାରି ରଖିଛି।