ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ 04/05/2024 Share story: ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ । ଭଡା ଘରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଭୁବନେଶ୍ୱର ଭରତପୁର ଥାନା ଅଧିନ ଏକ ବସ୍ତିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ବିଷ୍ଣୁପ୍ରିୟା ରାଉତ ନାମକ ଜଣେ ଯୁବତୀ ଭରତପୁର ଥାନା ଅଧିନ ଏକ ବସ୍ତିରେ ଭଡା ଘରେ ରହୁଥିଲେ । ଏବଂ ତାଙ୍କ ସହ ଆଉ ଜଣେ ଯୁବତୀ ମଧ୍ୟ ଭଡାରେ ରହୁଥିଲେ । କିନ୍ତୁ ଶୁକ୍ରବାର ରାତିରେ ସନ୍ଦେହଜନକ ଅବସ୍ଥାରେ ଭଡା ଘରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଛି । ତେବେ ଗୁରୁବାର ଠାରୁ ଯୁବତୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ମୃତ୍ୟୁ ପରେ ତାଙ୍କ ସହ ଭଡା ଘରେ ରହୁଥିବା ଆଉ ଜଣେ ଯୁବତୀ ଫେରାର ହୋଇଯାଇଛନ୍ତି । ଏନେଇ ପରିବାର ଲୋକେ ଝିଅର ହତ୍ୟା ହୋଇଥିବା ନେଇ ଅଭିଯୋଗ କରିଛନ୍ତି । ଏବଂ ଅଭିଯୋଗ ପରେ ପୋଲିସ ସାଇଣ୍ଟିଫିକ ଟିମର ସହେଯାଗ ନେବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । bhubaneswar odisha Henilprava Swain, Author, 04/05/2024