ଟ୍ରାଫିକ୍ ପରିଚାଳନା ଓ ଗଣ୍ଡଗୋଳ ରୋକିବ ‘ଏଆଇ’ । ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଜ୍ଞାନକୌଶଳ ବ୍ୟବହାର କରାଯିବ । ଅମାନିଆ ଚାଳକଙ୍କ ଗତିବିଧି ଏବଂ ଗଣ୍ଡଗୋଳକୁ କଡା ନଜର ରଖିବ ‘ଏଆଇ’ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏପରିକି ମହିଳା ଟ୍ରାଫିକ କର୍ମଚାରୀ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି। ସୂଚନା ଅନୁଯାୟୀ,ଟ୍ରାଫିକ ବ୍ୟବସ୍ଥାକୁ ସଶକ୍ତୀକରଣ କରିବା ଆଉ ୧୦୦ଟି ନୂଆ ବଡ଼ି କ୍ୟାମେରା ଆଣିବା ଲାଗି ପ୍ରସ୍ତାବ ଦିଆଯାଇଛି। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ଟଙ୍କା ଆଧୁନିକୀକରଣ ପାଣ୍ଠିରୁ ଦିଆଯିବ ବୋଲି ସୂଚନା ମିଳିଛି ।ଭୁବନେଶ୍ୱର ସହରାଞ୍ଚଳରେ ଟ୍ରାଫିକରେ ୫୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟ କରୁଥିଲାବେଳେ ସମସ୍ତ ଟ୍ରାଫିକ କର୍ମଚାରୀଙ୍କ ପାଇଁ ବଡ଼ି କ୍ୟାମେରା ପିନ୍ଧିବା ଲାଗି ବନ୍ଦୋବସ୍ତ କରାଯାଇଛି।