ତତଲା କଡେଇରେ ଭାଜି ହେଉଛି ଓଡ଼ିଶା ଆଉ ହନ୍ତସନ୍ତ ହେଉଛନ୍ତି ଓଡ଼ିଶାବାସୀ । ଦିନ ଓ ରାତି ତାପମାତ୍ରା ଏତେ ବୃଦ୍ଧି ହେଉଛି ଯେ, ରାଜ୍ୟବାସୀ ଘରେ କି ବାହାରେ ଶାନ୍ତିରେ ରହିପାରୁନାହାନ୍ତି । ଦିନ ସାଢ଼େ ୧୧ରେ ରାଜ୍ୟର ଅଧିକାଂଶ ସ୍ଥାନର ତାପମାତ୍ରା ୪୧ ଡିଗ୍ରୀ ପାର ହେଉଛି । ରାଜ୍ୟବାସୀ ଘରୁ ବାହାରିବା ପାଇଁ ଭୟ କରୁଛନ୍ତି । ସାଢ଼େ ୧୧ ସୁଦ୍ଧା ୪୧.୨ ସହ ଝାରସୁଗୁଡ଼ା ସର୍ବାଧିକ ଉତ୍ତପ୍ତ ସହର ହୋଇଥିବାବେଳେ କେନ୍ଦୁଝର ୩୯.୮, ରାଉରକେଲା ୩୯.୬, ଚାନ୍ଦବାଲି ୩୯ ତାପମାତ୍ରା ରେକର୍ଡ କରାଯାଇଛି । ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ସାଢ଼େ ୧୧ରେ ତାପମାତ୍ରା ୩୯.୮ ଡିଗ୍ରୀ ପାର ହୋଇଯାଇଛି ।
ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ମିଳିଛି । ଆସନ୍ତା ୨୨ ତାରିଖ ପରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ ୨ରୁ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ ପକ୍ଷରୁ ସୂଚନା ମିଳିଛି।
ଆଗକୁ ପଢ଼ନ୍ତୁ : 3 ଦିନ ଖରାରୁ ନାହିଁ ତ୍ରାହି