୧୬ନଂ ଜାତୀୟ ରାଜପଥ ବସ୍ତା ଥାନା ଅନ୍ତର୍ଗତ ବରୁଣଗଡିଆ ନିକଟରେ ଭାରସାମ୍ୟ ହରାଇ ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍ । ବଡ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଲେ ୬୦ ରୁ ଉର୍ଦ୍ଧ ଯାତ୍ରୀ, ଦୁର୍ଘଟଣା ରେ ୩ ଜଣ ଯାତ୍ରୀ ଗୁରୁତର ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ କାଳିଆ ନନା ନାମକ ଏକ ଘରୋଇ ବସ ଗତକାଲି ରାତି ରେ ଭୁବନେଶ୍ବର ରୁ ୬୦ ରୁ ଉର୍ଦ୍ଧ ଯାତ୍ରୀ ନେଇ ପଶ୍ଚିମବଙ୍ଗର ଦୀଘା ଅଭିମୁଖେ ଯାଉ ଥିଲା, ୧୬ ନମ୍ବର ଜାତୀୟ ରାଜପଥ ର କୁଣ୍ଡପୁର ଛକ ନିକଟରେ ବସଟି ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଅଜଣା ଟ୍ରକକୁ ପଛପଟୁ ଜୋରରେ ଧକ୍କା ଦେଇଥିଲା, ଯାହା ଫଳରେ ବସ୍ର ଆଗ ପଟ ଭାଙ୍ଗି ଚୂରମାର ହୋଇଯାଇଥିଲା, ବସ୍ର ଆଗ ସିଟ୍ ରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।
ଦୁର୍ଘଟଣାର ଖବର ପାଇ ଘଟଣା ସ୍ଥଳରେ ଜାତୀୟ ରାଜପଥ ପୋଲିସ ପେଟ୍ରୋଲିଂ ଟିମ୍ ଏବଂ ବସ୍ତା ଥାନା ପୋଲିସ ପହଞ୍ଚି ଗୁରୁତର ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ଅନ୍ୟ ଯାତ୍ରୀ ମାନଙ୍କୁ ଗନ୍ତବ୍ୟସ୍ଥଳକୁ ପଠାଇବା ର ବ୍ୟବସ୍ତା କରାଇଥିଲେ । ଏଥିସହିତ ପୋଲିସ ଘଟଣାର ଯାଞ୍ଚ ମଧ୍ୟ କରିଥିଲା ।
ଅଧିକ ପଢନ୍ତୁ : ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ