ସକାଳେ ତତାଉଛି ଆଉ ଅପରାହ୍ନରେ ଆଶ୍ଵସ୍ତି ଦେଉଛି ପ୍ରକୃତି । ରାଜ୍ୟରେ ଗ୍ରୀଷ୍ମଲହରୀ ଭିତରେ କାଳବୈଶାଖୀ ତାତିରୁ ସାମାନ୍ୟ ଆଶ୍ଵସ୍ତି ଆଣିଦେଇଥିଲେ ବି ଖରାର ପ୍ରକୋପ ଜାରି ରହିବ । ସିଭିୟର ହିଟଓ୍ବେଭ୍ ନେଇ ଆଜି ନୟାଗଡ, ବୌଦ୍ଧ, ଅନୁଗୁଳ, କେନ୍ଦୁଝର, ମୟୁରଭଞ୍ଜ, ଦେବଗଡ, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଏବଂ ଝାରସୁଗୁଡା ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣି ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ସେହିପରି ୧୧ ଜିଲ୍ଲାକୁ ଦିଆଯାଇଛି ୟେଲୋ ଓ୍ବାର୍ଣ୍ଣିଂ । ଶୁକ୍ରବାର ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଏବଂ ୬ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।
ତେବେ ୫ ତାରିଖ ପରେ ଦିନ ତାପମାତ୍ରା ୨ରୁ ୫ ଡିଗ୍ରୀ ସେଲସିୟସ୍ ଯାଏଁ ଖସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବୁଧବାର ୪୫ ଡିଗ୍ରୀ ସହ ତାଳଚେର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା । ତେବେ ବୁଧବାର ୧୫ ସହରର ତାପମାତ୍ରା ୪୩ ଡିଗ୍ରୀ ଉପରେ ଥିଲା ବେଳେ ଅପରାହ୍ନରେ ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ପବନ ସହ କୁଆପଥର ମାଡ ହୋଇଥିଲା ଯାହା ପ୍ରଭାବରେ ତାପମାତ୍ରା ସାମାନ୍ୟ କମିଥିଲା ।
ଅଧିକ ପଢନ୍ତୁ : ଲିଭୁନି ଶିମିଳିପାଳ ନିଆଁ