ରିଲ୍ସ ପାଇଁ ଚାଲିଗଲା ଜୀବନ । ଆଜିର ଯୁବପିଢିଙ୍କୁ ରିଲ୍ସ କରିବା ଓ ଦେଖିବା ନିଶା ଏତେ ଘାରିଛି ଯେ, ସେ ନିଜର ହିତାହିତ ଜ୍ଞାନ ହରାଇବସୁଛନ୍ତି । ରିଲ୍ସ ପାଇଁ କେତେ ପିଲାଙ୍କ ଜୀବନ ମଧ୍ୟ ଯାଉଛି । ରିଲ୍ସ ପାଇଁ ଜଣଙ୍କର ଜୀବନ ଯାଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ରାଜସ୍ଥାନ କୋଟାର ମହାବୀର ନଗର ଅଞ୍ଚଳରେ ଘଟିଛି । ବନ୍ଧୁକ ଦେଖାଇ ରିଲ୍ସ କରୁଥିବାବେଳେ ବନ୍ଧୁକରୁ ଗୁଳି ବାହାରି ଜଣଙ୍କର ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ, ରାଜସ୍ଥାନ କୋଟାର ମହାବୀର ନଗର ଅଞ୍ଚଳର ଦୁଇ ଜଣ ସାଙ୍ଗ ବନ୍ଧୁକ ଧରି ରିଲ୍ସ କରିବା ସାଜିଲା କାଳ । ବନ୍ଧୁକ ଧରି ରିଲ୍ସ କରୁଥିବା ସମୟରେ ଅସାବଧାନତା ଯୋଗୁଁ ବନ୍ଧୁକର ଟ୍ରିଗର ଚିପି ହୋଇଯାଇଥିଲା । ଯାହାଫଳରେ ବନ୍ଧୁକର ଗୁଳି ଜଣଙ୍କ ଛାତିରେ ବାଜିଥିଲା । ତୁରନ୍ତ ଯୁବକ ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି କହିଥିଲେ । ଖବର ପାଇ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିବା ସହିତ ବନ୍ଧୁକ କେଉଁଠୁ ଆସିଲା ସେନେଇ ତଦନ୍ତ ମଧ୍ୟ କରିଥିଲା ।