ପିକଅପ ଗାଡି ସହ ଜବତ ହେଲା ଲକ୍ଷାଧିକ ଟଙ୍କାର କାଠ । ଅଳ୍ପକେ ବର୍ତ୍ତିଲେ ୧୦ରୁ ଅଧିକ ଗ୍ରାମବାସୀ । ଦିନକୁ ଦିନ ବଢିଚାଲିଛି କାଠ ମାଫିଆ ମାନଙ୍କ ଚୋରା ବ୍ୟବସାୟ । ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ସାଧାରଣ ଲୋକେ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଚାନ୍ଦପୁର ଗାଁରେ କାଠ ବୋଝେଇ ପିକ ଅପ ଗାଡିକୁ ଗୋଡେଇ ଧରିଲା ପୋଲିସ। ଅଳ୍ପକେ ବର୍ତ୍ତିଲେ ଗାଁ ଭିତର ପାନ ଦୋକାନ ପାଖରେ ଛିଡା ହୋଇଥିବା ୧୦ରୁ ଅଧିକ ଗ୍ରାମବାସୀ ।
ଗ୍ରାମବାସୀ ମାନେ ଏକ ପାନ ଦୋକାନ ପାଖରେ ଛିଡା ହୋଇଥିବା ବେଳେ ଦ୍ରୁତ ଗତିରେ ଯାଉଥିବା କାଠ ବୋଝେଇ ଗାଡିଟି ଲୋକଙ୍କ ଉପରକୁ ମାଡି ଆସିବା ସହିତ ଏକ ସାହି ଭିତରକୁ ପଶି ଯାଇଥିଲା। ମାତ୍ର ଗାଡିଟିକୁ ପରଜଙ୍ଗ ପୋଲିସ ଗୋଡେଇ ଧରିବାରେ ସଫଳ ହୋଇଥିଲା। ଖବର ପାଇ ଘଟଣା ସ୍ଥଳରେ ଡିହଡୋଳ ଫରେଷ୍ଟ ଟିମ ପହଞ୍ଚି ଗାଡ଼ିରୁ ଲକ୍ଷାଧିକ ଟଙ୍କାର ଶାଳ କାଠ ସହିତ ପିକଅପ ଗାଡିଟିକୁ ଜବତ କରିଥିଲା ।ତେବେ ଗାଡି ଛାଡି ଡ୍ରାଇଭର ଜଣଙ୍କ ଫେରାର ମାରିଥିଲା। ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :ଗଜପତିରେ ଧରା ପଡିଲା ଚେନ ଚୋର