ସାପ କାମୁଡ଼ାରେ ଜଣେ ନଅ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ତେବେ ଏଭଳି ଦୁଃଖଦ ଘଟଣା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଛି। ମୃତ ଶିଶୁପୁତ୍ର ନିଶ୍ଚିନ୍ତା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୋଳାଗାଡ଼ିଆ ଗ୍ରାମର ବୋଲି ଜଣାପଡିଛି। ଖବର ପାଇ ବାଙ୍ଗିରିପୋଷି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ଶବକୁ ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠାଇଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ନଅ ବର୍ଷର ଶିଶୁପୁତ୍ରଟି ପରିବାର ଲୋକଙ୍କ ସହ ତଳେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ତାକୁ କାମୁଡି ଦେଇଥିଲା। ଏହାପରେ ତୁରନ୍ତ ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ଚିକିତ୍ସା କରିବା ପରେ ମୃତ ଘୋଷଣା କରିଥିଲେ। ବାଙ୍ଗିରିପୋଷି ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲ କଲେଜକୁ ପଠାଇଛି। ଏହାପରେ ଏହି ମାମଲାକୁ ନେଇ ଅଧିକା ତଦନ୍ତ ଆରମ୍ଭ କରିଛନ୍ତି ପୋଲିସ।