ସାରସକଣାରେ ମଜଭୁତ ହେଉଛି ବିଜେପି Khabar Odisha:02/05/2024: Share story: ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜେପି ନିଜର କର୍ମୀମାନଙ୍କୁ ନେଇ ଦଳକୁ ସେତିକି ମଜଭୁତ କରିବାରେ ଲାଗିଛି। ରାଜ୍ୟ ରାଜନୀତିରେ ମୟୂରଭଞ୍ଜ ଜିଲ୍ଲାର ସାରସକଣା ନିର୍ବାଚନ ମଣ୍ଡଳୀ ଚଳିତ ବର୍ଷ ଏକ ଗୁରୁତ୍ଵପୂର୍ଣ ଭୂମିକା ଗ୍ରହଣ କରୁଥିବା ବେଳେ, ୨୦୧୯ ନିର୍ବାଚନ ରେ ବିଜେପି ଦଖଲରେ ଥିବା ସାରସକଣା ନିର୍ବାଚନ ମଣ୍ଡଳୀକୁ ପୁଣି ଥରେ ଦଖଲ କରିବା ପାଇଁ ବିଜେପି ନିଜର ଋଣ କୌଶଳ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ବୁଧବାର ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ଶୀର୍ଷା ଅଧୀନସ୍ଥ ମେରୁମଠ ଠାରେ ମଣ୍ଡଳ ବିଜେପି କର୍ମୀ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ମୟୁରଭଞ୍ଜ ବିଜେପି ସାଂସଦ ପ୍ରାର୍ଥୀ ନବଚରଣ ମାଝୀ, ସାରସକଣା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଭାଦ୍ରବ ହାଁସଦା ଯୋଗ ଦେଇଥିବା ବେଳେ, ସାରସକଣା ବ୍ଲକ ପାଣ୍ଡରା ସରପଞ୍ଚ ଗଣେଶ୍ବର ସିଂ,ସାରସକଣା ନିର୍ବାଚନ ମଣ୍ଡଳୀର ବିଜେପି ମିଡ଼ିଆ ସେଲ୍ ପତଞ୍ଚଳୀ ନନ୍ଦ, ଜିଲ୍ଲା ଉପସଭାପତି ଜୁରି ଲାଲ ମହାନ୍ତ ଉପସ୍ଥିତ ରହିଥିଲେ। ତେବେ ଏହି ସମାବେଶରେ ଉପସ୍ଥିତ ଥିବା ଦଳୀୟ କର୍ମକର୍ତା ମାନଙ୍କୁ ଆଗାମୀ ସାଧାରଣ ନିର୍ବାଚନରେ ଦଳୀୟ ବିଧାୟକ ପ୍ରାର୍ଥୀ ଭାଦ୍ରବ ହାଁସଦା ଓ ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀଙ୍କୁ ବିଜୟୀ କରାଇବା ନେଇ, ସେହି ଉପରେ ଗୁରୁମନ୍ତ୍ର ଦେଇଥିଲେ । କେନ୍ଦ୍ର ସରକାରଙ୍କ ଜନାଭିମୁଖୀ ଯୋଜନା, ମୋଦି ଗ୍ୟାରେଣ୍ଟି ଓ ରାଜ୍ୟରେ ଶାସନ କରୁଥିବା ବିଜେଡି ସରକାରଙ୍କ ୨୪ ବର୍ଷ ଶାସନରେ ବ୍ୟାପକ ଦୁର୍ନୀତି ବଢ଼ିଥିବା ନେଇ ବିଜେପି ସରକାର ଗଠନ ଦିଗରେ ଦଳୀୟକର୍ମକର୍ତ୍ତା ମାନଙ୍କୁ ଆହ୍ବାନ କରିଥିଲେ । ବିଜେପି ସାଂସଦ ପ୍ରାର୍ଥୀ ନବଚରଣ ମାଝୀ ଓ ସାରସକଣା ବିଧାୟକ ପ୍ରାର୍ଥୀ ଭାଦବ ହାଁସଦାଙ୍କ ଉପସ୍ଥିତିରେ ଶତାଧିକ କର୍ମୀ ବିଜେଡି ଛାଡି ବିଜେପି ଦଳରେ ସାମିଲ ହୋଇଥିଲେ । ନୂତନ ଭାବେ ଯୋଗ ଦେଇଥିବା ନୂତନ କର୍ମକର୍ତ୍ତା ମାନଙ୍କୁ ଦଳ ପକ୍ଷରୁ ଦଳୀୟ ଉତୋରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବିଜେପିର ଶତାଧିକ ମହିଳା ପୁରୁଷ ଯୁବକ ଯୁବତୀ ଉପସ୍ଥିତି ରହି କାର୍ଯ୍ୟକ୍ରମକୁ ସଫଳ କରିବା ସହିତ, ଆଗାମୀ ନିର୍ବାଚନରେ ଦଳକୁ ତୃଣମୂଳ ସ୍ତରରୁ ମଜୁବୁତ କରି ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ କରିବାପାଇଁ ଶପଥଗ୍ରହଣ କରିଥିଲେ। ପତାଞ୍ଜଳି ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଶେଷ କରିଥିଲେ । ଅଧିକ ପଢନ୍ତୁ :- ଅନିୟମିତ ଅର୍ଥ ଓ ସାମଗ୍ରୀ ଚାଲାଣ ଉପରେ କଡ଼ା ଆଭିମୁଖ୍ୟ BJP Mayurbhanj Odisha Smitanjali Routray, Author, 02/05/2024