ଅସହ୍ୟ ଗରମ ସାଙ୍ଗକୁ ଗୁଳୁମୁଳି ନା ରାତିରେ ଠିକ୍ ରେ ଶୋଇ ହେଉଛି ନା ଦିନରେ କାମ କରି ହଉଛି ଏମିତି ଲାଗୁଛି ଯେମିତି ଗୋଟେ ତତଲା କଡେଇରେ ସାରା ଓଡିଶା ଭାଜି ହେଉଛି। ରାଜଧାନୀରେ ୪୩ ଟପିଲା ପାରଦ । କାଲି ଦିନ ସାଢ଼େ ୨ଟାରେ ଭୁବନେଶ୍ୱରରେ ୪୩.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ା ୪୨.୬ ଏବଂ ବାଲେଶ୍ୱର ୪୨.୨ ଡିଗ୍ରୀ ତାପମାତ୍ରା ରହିଛି । ସମ୍ବଲପୁର ୪୧.୭, ହୀରାକୁଦ ୪୧.୪, ଚାନ୍ଦବାଲି ୪୧.୨, କେନ୍ଦୁଝର ୪୦.୯ ଏବଂ ରାଉରକେଲା ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଆହୁରି ୩ ଦିନ ରହିବ ହିଟ୍ ୱେବ୍ ସ୍ଥିତି । ଆଜିଠୁ ୩ ଦିନ ପ୍ରବଳ ଗରମ ଅନୁଭୂତ ହେବା ସହ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଗତ ୪ ଦିନ ହେବ ରାଜ୍ୟରେ ହିଟ୍ ୱେବ୍ ରହିଥିବାବେଳେ ଆଉରି ୩ ଦିନ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ତେବେ କିଛି ଜିଲ୍ଲାରେ ସିଭିୟର ହିଟ୍ ୱେବ୍ ସ୍ଥିତି ସହିତ ଅନ୍ୟ କିଛି ଜିଲ୍ଲାକୁ ହିଟ୍ ୱେବ୍ ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟକୁ କ୍ରମାଗତ ଭାବେ ଉତ୍ତର ପଶ୍ଚିମ ଓ ପଶ୍ଚିମ ଦିଗରୁ ଗରମ ଓ ଶୁଷ୍କ ପବନ ପ୍ରବାହିତ ହେଉଥିବାରୁ ଅଧିକାଂଶ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଆସନ୍ତା ୩ ଦିନ ମଧ୍ୟ ଏହି ସ୍ଥିତି ଜାରି ରହିବା ସହ ସ୍ୱାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତାପମାତ୍ରା ଅଧିକ ରହିବ । ଆସନ୍ତା ୨୪ ଘଣ୍ଟାରେ ନୂଆପଡ଼ା ମୟୂରଭଞ୍ଜ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକରେ ସିଭିୟର ହିଟ୍ ୱେବ୍ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ଅଧିକା ପଢନ୍ତୁ: ଜଳୁଛି ଓଡିଶା : ଆଜି ସବୁଠୁ ଉତ୍ତପ୍ତସହର ଭୁବନେଶ୍ୱର