୨୦୨୪ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ରାଜ୍ୟର ହେଭିୱେଟ୍ ନେତାମାନେ ଭରିବେ ପ୍ରାର୍ଥୀପତ୍ର । ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ତାରିଖ ଭାବରେ ମେ’ ମାସ ୩ ତାରିଖ ଧାର୍ଯ୍ୟ ହୋଇଥିବାରୁ ଏହି ପରିପ୍ରେକ୍ଷିରେ ଆଜି ସମ୍ବଲପୁରରୁ ପ୍ରାର୍ଥିପତ୍ର ଦାଖଲ କରିବେ ଧର୍ମେନ୍ଦ୍ର ପ୍ରଧାନ, ଜୟନାରାୟଣ ମିଶ୍ର ଏବଂ ନାଉରି ନାୟକ । ସେହିପରି କଣ୍ଟାବାଞ୍ଜିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ । ଦ୍ୱିତୀୟ ଥର ପାଇଁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟିଟିଲାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ । ପୂର୍ବରୁ ମୁଖ୍ୟମନ୍ତ୍ରୀ ହିଞ୍ଜିଳିରୁ ପ୍ରାର୍ଥିପତ୍ର ଦାଖଲ କରିସାରିଛନ୍ତି ।
ତେବେ ବିଜେପି ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ ମଧ୍ୟ ଆଜି ନାମାଙ୍କନ ପତ୍ର ଦାଖଲ କରିବେ । ଭୁବନେଶ୍ୱରରୁ ଦଳୀୟ କର୍ମୀ ଓ ସମର୍ଥକ ଙ୍କ ସହିତ ବିଶାଳ ଶୋଭାଯାତ୍ରାରେ ବାହାରି ପ୍ରାର୍ଥୀମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ପୁରୀରୁ ଅରୂପ ପଟ୍ଟନାୟକ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବେ ।
ଅଧିକ ପଢନ୍ତୁ : ପ୍ରଦିପ ପୁରୋହିତଙ୍କ ପ୍ରାର୍ଥୀ ପତ୍ର ଦାଖଲ