ଖରାରେ ଜଳୁଛି ଓଡିଶା ଆଉ ତା ସାଙ୍ଗକୁ ରାଜଧାନୀ ଭୁବନେଶ୍ୱର । ଦିନକୁ ଦିନ ଅସହ୍ୟ ହୋଇପଡିଲାଣି ଗରମ । ରାଜ୍ୟରେ ଆଜି ୩୨ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବା ବେଳେ ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସହର ପାଲଟିଛି । ଏଠାରେ ଆଜି ସର୍ବୋଚ୍ଚ ତାପମାତ୍ରା ୪୩.୬ ଡିଗ୍ରୀ ରହିଥିଲା। ପୂର୍ବରୁ ଏପ୍ରିଲ ୫ ତାରିଖରେ ଭୁବନେଶ୍ୱରର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା ।
ଭୁବନେଶ୍ୱର ତଳକୁ ରହିଛି ବୌଦ୍ଧ। ଏଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱରରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୨.୨ ଡିଗ୍ରୀ ରହିଥିବା ବେଳେ ଚାନ୍ଦବାଲିରେ ୪୧.୨ ଡିଗ୍ରୀ , କଟକରେ ୪୧.୪ ଡିଗ୍ରୀ , ଅନୁଗୋଳରେ ୪୩.୩ ଡିଗ୍ରୀ , ବାରିପଦାରେ ୪୨.୬ଡିଗ୍ରୀ , ଝାରସୁଗୁଡ଼ାରେ ୪୨.୮ ଡିଗ୍ରୀ , କେନ୍ଦୁଝରଗଡ଼ରେ ୪୦.୯ ଡିଗ୍ରୀ , ସମ୍ବଲପୁରରେ ୪୨.୨ ଡିଗ୍ରୀ , ସୁନ୍ଦରଗଡ଼ରେ ୪୧.୪, ହୀରାକୁଦରେ ୪୧.୬, ତାଳଚେରରେ ୪୨.୨, ଭବାନୀପାଟଣାରେ ୪୨, ଫୁଲବାଣୀରେ ୪୦.୪, ଟିଟିଲାଗଡ଼ରେ ୪୨.୫, ମାଲକାନଗିରିରେ ୪୨.୫, ସୋନପୁରରେ ୪୦.୭, ନୟାଗଡ଼ରେ ୪୨, ଛତ୍ରପୁରରେ ୪୦.୮, ପାରଳାଖେମୁଣ୍ଡିରେ ୪୧.୮, ଭଦ୍ରକରେ ୪୧, ଯାଜପୁରରେ ୪୧.୮, ଢେଙ୍କାନାଳରେ ୪୨, ବରଗଡ଼ରେ ୪୧.୨, ନୂଆପଡ଼ାରେ ୪୨.୨, ନବରଙ୍ଗପୁରରେ ୪୧, ଖୋର୍ଦ୍ଧାରେ ୪୨.୫, ଜଗତସିଂହପୁରରେ ୪୨.୩, କେନ୍ଦ୍ରାପଡ଼ାରେ ୪୧.୪ ଓ ରାଉରକେଲାରେ ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୩ ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ କିଛି ବଡ଼ ପରିବର୍ତ୍ତନ ହେବ ନାହିଁ। ତେବେ ୨୨ ତାରିଖ ପରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରାରେ ୨ରୁ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି।