ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ନିକଟରେ କଂଗ୍ରେସ ରୁ ଇସ୍ତଫା ଦେଇଥିବା ପିସିସି ସାଧାରଣ ସମ୍ପାଦକ ଦୁଲାଲ ଚନ୍ଦ୍ର ପ୍ରଧାନ ଙ୍କ ସମେତ ହୀରାକୁଦ ସହରରୁ ଶତାଧିକ ବିଜେଡି କର୍ମି ତଥା ନେତା ବିଜେପିରେ ଯୋଗଦେଇ ଥିଲେ । କେନ୍ଦ୍ରମନ୍ତ୍ରୀ ନିଜେ ଦଳିୟ ଟୋପି ତଥା ଉତ୍ତରୀୟ ଦେଇ ଦଳରେ ଯୋଗଦେଇ ଥିବା କାର୍ଯ୍ୟକର୍ତ୍ତା ଙ୍କୁ ସ୍ୱ।ଗତ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ବରିଷ୍ଠ ନେତା ଜୟନାରାୟଣ ମିଶ୍ର ମଧ୍ୟ ଉପସ୍ଥିତ ଥିଲେ ।
ସୂଚନା ଅନୁସାରେ ପ୍ରଥମେ କଂଗ୍ରେସ ଦଳ ସମ୍ବଲପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଭାବେ ଦୁଲାଲ ଚନ୍ଦ୍ର ପ୍ରଧାନ ଙ୍କ ନାମ ଘୋଷଣା କରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ ଦେବାରୁ ଦୁଲାଲ କଂଗ୍ରେସ ରୁ ଇସ୍ତଫା ଦେବାସହ ବିଜେପି ରେ ସାମିଲ ହୋଇଥିଲେ । ସେହିପରି ହୀରାକୁଦ ସହରର ଶତାଧିକ ବିଜେଡି କର୍ମୀ ତଥା ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିକାଶ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ବିଜେପି ରେ ଯୋଗଦାନ କରିଛନ୍ତି । ଏହି ମିଶ୍ରଣ ପର୍ବ ଅବସରରେ ଏକ ବିଶାଳ ଶୋଭାଯାତ୍ରା ମ୍ୟୁନିସିପାଲଟି ଛକରୁ ଜିଲ୍ଲା ବିଜେପି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।
ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମରେ ଓଡିଆ ଅସ୍ମିତା ଓ ସ୍ୱ।ଭିମାନ ପ୍ରସଙ୍ଗରେ ବିଜେଡିକୁ କଡା ସମାଲୋଚନା କରିଥିଲେ । ଏଥିସହ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଥିବା ସମୟରେ ଓଡ଼ିଶା ପାଇଁ ସେ କିଛି କରିନାହାଁନ୍ତି ବୋଲି ବିଜେଡି କରୁଥିବା ଅଭିଯୋଗ ନେଇ ସେ ବିଜେଡି ନେତାଙ୍କୁ କଡା ଟାର୍ଗେଟ କରି ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି ଯେ ସେ ଓଡ଼ିଶା ପାଇଁ ପେଟ୍ରୋଲିୟମ ମନ୍ତ୍ରୀ ଥିବାବେଳେ କ'ଣ କରିଛନ୍ତି ତାହା ବିଜେଡି ନେତା ମାନେ ମୁଖ୍ୟମନ୍ତ୍ରୀ ଙ୍କୁ ପଚାରନ୍ତୁ । ଏଥିସହ ପିଠା, ଯୁବ ବାହିନୀ ଯୋଜନା କଥା କହୁଥିବା ବିଜେଡି ନେତାଙ୍କ କୁହାଳିଆପଣ କୁଆଡେ ଗଲା ? ବରଗଡ ସୋହେଲାରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ପାଇଁ ଘୋଷଣା କରିଥିବା ୧୦୦ ଟଙ୍କା ବୋନସ କୁଆଡେ ଗଲା ବୋଳି କହି ବିଜେଡି କୁ କେନ୍ଦ୍ରମନ୍ତ୍ରୀ ଟାର୍ଗେଟ କରିଥିଲେ ।
ଅଧିକ ପଢନ୍ତୁ : ଅନିୟମିତ ଅର୍ଥ ଓ ସାମଗ୍ରୀ ଚାଲାଣ ଉପରେ କଡ଼ା ଆଭିମୁଖ୍ୟ