କୋରାପୁଟର ପ୍ରତ୍ୟକ୍ଷ ଗ୍ରାମଦେବୀ ମା ମୁତ୍ୟାଲୁମାଙ୍କ ନବଦିନ ବ୍ୟାପି ଘଟ ଯାତ୍ରା ଆରମ୍ଭ ହୋଇଛି । ଏହି ଘଟଣା ଯାତ୍ରାକୁ ମହାସମାରୋହରେ ପାଳନ କରାଯାଉଛି । ପ୍ରାୟ ଶହେ ବର୍ଷରୁ ଉର୍ଦ୍ଧ ଧରି ମା ମୁତ୍ୟାଲୁମାଙ୍କ ନବଦିନ ବ୍ୟାପି ଏହି ଘଟ ଯାତ୍ରା ମହାଆଡମ୍ବର ସହ ପାଳନ ହୋଇ ଆସୁଛି । କୋରାପୁଟ ସହର ବାସୀଙ୍କ ବିଶ୍ୱାସ ରହିଛି ଯେ ମା ଆସିଲେ କୋରାପୁଟ ର ମଙ୍ଗଳ ହୁଏ ଏବଂ ଲୋକଙ୍କ ଭିତରେ ସୁଖ ଶାନ୍ତି ଭରିଯାଏ । ଯାତ୍ରାର ପ୍ରାରମ୍ଭ ରେ ସୋମବାର ଦିନ ଉପବାସ ପୂଜା କରାଯାଇଥିଲା,ଦିନ ତିନିଟା ରେ ମନ୍ଦିର ନିକଟ ଟିକିରା ସାହିର ଜଣେ ଭକ୍ତ ଙ୍କ ଘରୁ ଗଜ ମୁହାଁ ଅଣା ଯାଇଥିଲା ପରଜା ସାହି ସ୍ଥିତ ଅସ୍ଥାୟୀ ମଣ୍ଡପକୁ।
ଅପରାହ୍ନ ଚାରିଟା ପରେ କମିଟି ସଦସ୍ୟ ଭଣ୍ଡିସାହି ସ୍ଥିତ ମା ଙ୍କ ପୂଜାରୀ ଘରକୁ ଯାଇ ବେତ ନିମନ୍ତ୍ରଣ କରା ଯାଇଥିଲା ପରେ ପୂଜକ ଙ୍କ ଘରୁ ଏକ ବିରାଟ ପଟୁଆର ରେ ମଣ୍ଡପ କୁ ଆସିଥିଲେ ସନ୍ଧ୍ୟା ରେ ମା ଙ୍କ ମଣ୍ଡପ ରୁ ଭକ୍ତ ମାନେ ଏକ ବିରାଟ ପଟୁଆର ରେ ବାଜା ବାଜଣା ଓ ପାରିମ୍ପରିକ ଭେଷ ଭୁଷା ଓ ନାଚ ଗୀତ ରେ ଠାକୁରାଣୀ ମନ୍ଦିର ରେ ପହଂଚି ଥିଲେ। ମା'ଙ୍କ ପୂଜାର୍ଚ୍ଚନା ପରେ ମା ଙ୍କ ମଥାରୁ ଆଜ୍ଞା ମାଳ ଖସିଥିଲା ତାପରେ ସେଠାରୁ ଚାଙ୍ଗୁଡ଼ି ରେ ଆଜ୍ଞା ମାଳ କୁ ଏକ ବିରାଟ ପଟୁଆର ରେ ଅସ୍ଥାୟୀ ମଣ୍ଡପ କୁ ଅଣା ଯାଇଥିଲା। ଏହାପରେ ମଙ୍ଗଳବାର ଭୋରରୁ ଭକ୍ତଙ୍କ ଭିଡ଼ ଲାଗିରହିଥଲା ପୂଜାର୍ଚନା ପାଇଁ। ଦିନ ତମାମ ପୂଜା ଚାଲିଥିଲା।ମଙ୍ଗଳବାର ସନ୍ଧ୍ୟା ଛଅ ଟା ସମୟ ରେ ନଅ ଟି ଘଟ ସହ ଠାକୁରାଣୀ ସହର ପରିକ୍ରମା କରିବାକୁ ବାହାରି ଥିଲେ। ଆରମ୍ଭ ଦିନ ମା ଙ୍କ ଘଟ ମୁଣ୍ଡରେ ଧରିବାକୁ ମହିଳା ଭକ୍ତମାନଙ୍କର ଭିଡ଼ ଦେଖିବାକୁ ମିଳି ଥିଲା ପ୍ରବାଦ ଅଛି ମୁତ୍ୟାଲୁମାଙ୍କ ଘଟ ମୁଣ୍ଡରେ ଧରିଲେ ମନସ୍କାମନା ପୂର୍ଣ୍ଣ ହୁଏ।