ଗାମୁଛା ଖୋଲିବ ହତ୍ୟା ପଛର ଅସଲି ସତ । ଗୋଟିଏ ବୁଦା ମୂଳରୁ 7 ବର୍ଷ ନାବଳକର ମୃତ ଦେହ ଉଦ୍ଧାର କରିଛି ପୋଲିସ । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସିଇଁତଳା ଥାନା ଭେଜିପଦର ଗ୍ରାମରେ ।
ସୂଚନା ଅନୁସାରେ, ଛୁଆଟି ସକାଳେ କିଛି ପିଲାଙ୍କ ସହ ଖେଳୁଥିଲା କିନ୍ତୁ 10ଟା ପର୍ଯ୍ୟନ୍ତ ଘରକୁ ଆଉ ଫେରି ନଥିଲା । ପରିବାର ଲୋକେ ପୁଅ ନଫେରିବାରୁ ଚିନ୍ତାରେ ପଡିଯାଇଥିଲେ । ଆଉ ପରେ ବହୁ ଖୋଜାଖୋଜି ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ବୁଦା ମୂଳରୁ ତାଙ୍କର ମୃତ ଦେହ ମିଳିଥିଲା । ଏହା ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଘଟଣା ସ୍ଥଳରେ ପହଁଚି ଘଟଣାର ତଦନ୍ତ ଚଳାଇଛି । ତେବେ ସେହି ସ୍ଥାନରୁ ଗୋଟିଏ ଚପଲ ସହିତ ଚାରିପଖରେ ରକ୍ତାର ଛିଟା ପଡିଥିବାର ଦେଖିବାକୁ ପାଇଛି ପୋଲିସ ।ସେହି ମୃତ ବାଳକଟିର ମୁଣ୍ତରେ ଗଭୀର ଆଘତ ଦେଖିବାକୁ ମିଳିଛି । ମୃତ ନାବାଳକଟି ସେହି ଗ୍ରାମର ବିଘ୍ନ ବଗର୍ତ୍ତୀଙ୍କର ପୁଅ ଅଟନ୍ତି ।
ତେବେ ଏହିଭଳି ଗୋଟିଏ ଘଟଣା କଣ ପାଇଁ ଘଟିଛି... ଏବଂ ଏହାର କାରଣ କଣ ତାହା ଏବେ ପୋଲିସର ତଦନ୍ତରୁ ଜଣା ପଡିବ ।
ଅଧିକା ପଢନ୍ତୁ: ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍