୫୦ ଲକ୍ଷ ଟଙ୍କାର ଗଛିତ ଗଞ୍ଜେଇ ଜବତ । କୋରାପୁଟ ମାଛକୁଣ୍ଡ ପୋଲିସକୁ ମିଳିଲା ବଡ ସଫଳତା । ଚୋରାଚାଲାଣ କରାଯାଉଥିବା ଗଞ୍ଜେଇକୁ ଜବତ କରିଛି ପୋଲିସ । ଜବତ ହୋଇଥିବା ଗଛିତ ଗଞ୍ଜେଇର ପରିମାଣ ପ୍ରାୟ ୫୦୫ କେଜି ବୋଲି ସୂଚନା ମିଳିଛି । ଘଟଣା ସ୍ଥଳରୁ ଗଞ୍ଜେଇ ମାଫିଆମାନେ ଫେରାର ମାରିଛନ୍ତି ।
ସୂଚନା ଅନୁଯାୟୀ,ଗଞ୍ଜେଇ ମାଫିଆମାନେ ବିପୁଳ ପରିମାଣରେ ଗଞ୍ଜେଇ ଗଛିତ କରି ରଖିଥିବା କୌଣସି ବିଶେଷ ସୂତ୍ରରୁ ପୋଲିସକୁ ଖବର ମିଳିଥିଲା । ଏହି ଖବର ଜାଣିବା ପରେ ମାଛକୁଣ୍ଡ ଥାନା ଅଧୀନ ହନୁମାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ପୋଲିସ୍ ଏକ ଟିମ ଚଢାଉ କରିଥିଲା। ଚଢ଼ଉବେଳେ ପୋଲିସ ସେଠାରୁ ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିଲା । ସେଠାରେ ପ୍ରାୟ ୧୫ଟି ଜରି ବସ୍ତାରେ ଗଚ୍ଛିତ ଗଞ୍ଜେଇ ରଖାଯାଇଥିଲା।
ସବୁ ଗଞ୍ଜେଇକୁ ଓଜନ କରିବାରୁ ୫୦୫ କେଜି ୨୦୦ ସହ ଗ୍ରାମ ଥିବା ଜଣାପଡିଛି। କିନ୍ତୁ ପୋଲିସକୁ ଦେଖି ଘଟଣା ସ୍ଥଳରୁ ମାଫିଆ ମାନେ ଫେରାର ହୋଇଯାଇଥିଲେ । ଜବତ ହୋଇଥିବା ଗଞ୍ଜେଇର ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ୍ ସୂଚନା ଦେଇଛି । ଏଥିସହ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢନ୍ତୁ :ଦମ୍ପତିଙ୍କୁ ଧକ୍କା ଦେଲା ଟ୍ରକ