ଦୁର୍ଘଟଣାରେ ଚାଲିଗଲା ସ୍ତ୍ରୀର ଜୀବନ । ଗୋଟେଏ ଟ୍ରକ ସହିତ ଧକ୍କା ହୋଇ ସ୍ୱାମୀ ଗୁରୁତର ଆଉ ଚାଲିଗଲା ସ୍ତ୍ରୀର ଜୀବନ । ତେବେ ଏହି ଭଳି ଗୋଟିଏ ଦୁର୍ଘଟଣା ଦେଖିବାକୁ ମିଳିଛି କଟକର ଚଉଳିଆଗଞ୍ଜର ଦୁର୍ଗା ମଣ୍ତପ ଠାରେ ଦେଖିବାକୁ ମିଳିଛି । ଏହି ଦୁଇ ଦମ୍ପତି ହେଉଛନ୍ତି କଟକର ଗତିରାଉତ ପାଟଣାର ।
ସୂଚନା ଅନୁସାରେ, ଆଜି ସକାଳେ ଦମ୍ପତି ଗୋଟେ ସ୍କୁଟି ଯୋଗେ କଟକ ଆସୁଥିଲେ । ଦୁର୍ଗା ମଣ୍ତପ ନିକଟରେ ପଛପଟରୁ ଏକ ଟ୍ରକ ଆସି ଦମ୍ପତିଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ସ୍ୱାମୀ ସ୍ତ୍ରୀ ତଳେ ପଡି ଯାଇଥିଲେ । ତେବେ ଘଟଣା ସ୍ଥଳରେ ସ୍ତ୍ରୀର ମୃତ ହୋଇଥିବା ବେଳେ ସ୍ୱମୀ ଆହତ ହୋଇଛନ୍ତି । ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଏହାସହ ଘଟଣାର ତଦନ୍ତ କରୁଛି।
ଅଧିକା ପଢନ୍ତୁ: ନଦୀକୁ ଡେଇଁ ପଡ଼ିଲେ ଦଶମ ଶ୍ରେଣୀ ଛାତ୍ର