ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । କାଲି ଅପରାହ୍ନରେ 43 ଡିଗ୍ରୀ ପାରଦ ଟପିଛି । ଝାରସୁଗୁଡାରେ ସବୁଠାରୁ ଉତ୍ତପ୍ତ ସହର ସହିତ 43.5 ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ସମ୍ବଲପୁର ଓ ହୀରାକୁଦରେ ୪୩ ଡିଗ୍ରୀ, ରାଉରକେଲାରେ ୪୨ ଡିଗ୍ରୀ, କେନ୍ଦୁଝର ୪୧.୮, ଚାନ୍ଦବାଲି ୪୧.୬, ଭୁବନେଶ୍ୱରରେ ୪୦.୫ ଡିଗ୍ରୀ ପାରଦ ରେକର୍ଡ କରାଯାଇଛି ।
ଅନ୍ୟପକ୍ଷରେ ଆଗାମୀ 4 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର ଅଧିକାଂଶ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରାଯାଇଛି। ଉତ୍ତର ଆଭ୍ୟନ୍ତରୀଣ, ଉପକୂଳ ଓଡ଼ିଶା ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ୪୫ କିମ୍ବା ତା’ଠୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଦିନ ୧୧ରୁ ୩ ଟା ଭିତରେ ବାହାରକୁ ବାହାରିଲେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପାଣିପାଗ ବିଭାଗ। ସେହିପରି ଗୋଟିଏ ଦିନ ଭିତରେ ଦକ୍ଷିଣ ଓଡ଼ିଶା ସମେତ ଆଖପାଖ ଅଞ୍ଚଳରେ ବର୍ଷାର ସମ୍ଭାବନା ରହିଛି। କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖି ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମ ଦିଗରୁ ଶୁଷ୍କ ପବନ ପ୍ରବାହିତ ହେଉଛି। ଯାହା ଫଳରେ ଗରମ ବଢୁଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି।
ଅଧିକା ପଢନ୍ତୁ: ଆସନ୍ତା ଦୁଇ ଦିନ ପାଇଁ ହିଟୱେଭ୍ ନେଇ ରେଡ୍ ଆଲର୍ଟ ଜାରି