କେନ୍ଦ୍ରାପଡା ଜିଲ୍ଲା ଅନ୍ତର୍ଗତ ଛଘରିଆ ଛକରେ ଆମ୍ବୁଲାନ୍ସ ଉପରେ ପଡିଲା ନଡିଆଗଛ। ତେବେ ଏହି ଅଘଟଣରେ ଅଳ୍ପକେ ବର୍ତିଲେ ରୋଗୀ ଓ ଡ୍ରାଇଭର। ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି କଟର ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରିଥିଲେ। ନଡିଆ ଗଛ ଆମ୍ବୁଲାନ୍ସ ଉପରେ ପଡିବାଯୋଗୁ ରାସ୍ତାରେ କିଛିସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା।
ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ସହରର ଏକ ଘରୋଇ ଆଖି ଡାକ୍ତରଖାନାର ଆମ୍ବୁଲାନ୍ସରେ ଜଣେ ରୋଗୀ ଓ ତାଙ୍କର ସମ୍ପର୍କିୟଙ୍କୁ ନେଇ ଯାଉଥିଲା। ସେହି ସମୟରେ ଛଘରିଆ ଛକରେ ଥିବା ଏକ ନଡିଆ ଗଛ ହଠାତ ଆମ୍ବୁଲାନ୍ସ ଉପରେ ପଡିଯାଇଥିଲା। ହଟାତ ଆମ୍ବୁଲାନ୍ସ ଉପରେ ଗଛ ଭାଙ୍ଗି ପଡିବାରୁ ଡ୍ରାଇଭର ଗାଡିରୁ ବାହାରି ଆସିଥିଲେ। ଏହାପରେ ତୁରନ୍ତ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଘଟଣା ସ୍ଥଳରେ ବିଭାଗର କର୍ମଚାରୀ ମାନେ ପହଁଚି କଟର ସାହାର୍ଯ୍ୟରେ ଗଛକୁ କାଟି ଆମ୍ବୁଲାନ୍ସକୁ ବାହାର କରିଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛନ୍ତି।